ଧର୍ମଗଡ଼ ଯାଦବ ଜିଲ୍ଲା ମହାସଭାର ନୂଆଖାଇ ଭେଟଘାଟ

ଧର୍ମଗଡ଼/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଳକ ଅନ୍ତର୍ଗତ ତରାପୁର ମହାଭାରତ ପଡ଼ିଆଠାରେ ଧର୍ମଗଡ଼ ଯାଦବ ଜିଲ୍ଲା ମହାସଭା ତରଫରୁ ରବିବାର ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପ୍ରଥମେ ଯଦୁପତୀ ଶ୍ରୀକୃଷ୍ଣଙ୍କ ପ୍ରତିଛବିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ପୂଜାର୍ଚ୍ଚନା କରାଯାଇ ସାମୁହିକ ନବାର୍ଣ୍ଣ ଭକ୍ଷଣ ଏବଂ ପରସ୍ପରକୁ ନୂଆଖାଇ ଜୁହାର ଜଣାଯାଇଥିଲା। ଧର୍ମଗଡ଼ ଯାଦବ ଜିଲ୍ଲା ମହାସଭାର କାର୍ଯ୍ୟକାରୀ ସଭାପତି ପ୍ରମୋଦ ହଂସଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ଯାଦବ ମହାସଭା ସଭାପତି ଟିକଚନ ନାଗ, ରାଜ୍ୟପାଳ ପୁରସ୍କୃତ ପ୍ରାପ୍ତ ଅବସର ପ୍ରାପ୍ତ ଶିକ୍ଷକ ସିମାଞ୍ଚଳ ନାଗ, ତରାପୁର ଆଞ୍ଚଳିକ ସଭାପତି ଶତ୍ରୁଘନ ଲହଜଳ, ଧର୍ମଗଡ଼ ଯାଦବ ଜିଲ୍ଲା ସମ୍ପାଦକ କିଶୋର ହଂସ, ଈଶ୍ୱର ଗୋପାଳ, ଟିକମନ ବାରିକ, ଅଭିମନ୍ୟୁ ବାଗ, ସୁରେଶ ଭଇଁସାଲ, ପ୍ରେମାନନ୍ଦ ଘି, ଅନିରୁଦ୍ଧ ଲହଜଳ, ପ୍ରଣବ ଭଇଁସାଲ, ବିଶ୍ୱନାଥ ବଗର୍ତ୍ତୀ, ଜିଲ୍ଲାପରିଷଦ ସଭ୍ୟା ନିବେଦିତା ହଂସ, ସଂଗୀତା ଖର୍ଲେସ, ଗୋରାଙ୍ଗ ଭଇଁସାଲ, ଜଗଦୀଶ ନାଗ, ଗୋବିନ୍ଦ ଲହଜଳ, ଡିଙ୍ଗର ବରିହା, କୌଶିକ ରାଉତ ପ୍ରମୁଖ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ସମାଜର କର୍ମକର୍ତ୍ତାମାନେ ମଞ୍ଚାସିନ ଥିଲେ। ଏହି ଅବସରରେ ଶିକ୍ଷା, ରାଜନୈତିକ, ଅର୍ଥନୈତିକ, ସାଂଗଠନିକ ଏବଂ ସମାଜ ସଂସ୍କାର ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଏକ ଆଲୋଚନା କରାଯାଇଥିଲା। ପରେ ଧର୍ମଗଡ଼ ବ୍ଳକ ଯାଦବ ସମିତିର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିବା। ସଭାପତି ଭାବରେ ଏକାଦଶୀ ଗୋପାଳ, ଉପସଭାପତି ସୁରେଶ ଭଏଁଷାଲ, ବୈବସୁତ ଭଏଁଷାଲ, କାର୍ଯ୍ୟକାରୀ ସଭାପତି ଜଗଦୀଶ ଚନ୍ଦ୍ର ନାଗ, ସମ୍ପାଦକ ଗୌରଚନ୍ଦ୍ର ବାଗ, ସହ ସମ୍ପାଦକ ବଦ୍ରିନାଥ ଗୋପାଳ, କୋଷାଧ୍ୟକ୍ଷ ଅଭିରାମ ଗୋପାଳ, ଯୁବ ସଭାପତି ପ୍ରଣବ କୁମାର ଭଏଁଷାଲ, ଯୁବ ସମ୍ପାଦକ ନିର୍ମଳ ଗୋପାଳ ପ୍ରମୁଖଙ୍କୁ ମନୋନୀତ କରାଯାଇଛି। ଏହି କ୍ରମରେ ତରାପୁର ଆଞ୍ଚଳିକ ସଭାପତି ଶତ୍ରୁଘନ ଲହଜଲଙ୍କୁ ସମାଜ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ବରିଷ୍ଠ ସାମ୍ବାଦିକ ଖଗେଶ୍ବର ଧଙ୍ଗଡାମାଝୀ, ଜଗଦୀଶ ନାଏକ, ରୋହିତ ବାଗ, ହିରଣ୍ୟ ବେହେରା, ଧନେଶ୍ଵର ପୁଞ୍ଜି ଏବଂ ଦୁଷ୍ମନ୍ତ ଗହୀର ପ୍ରମୁଖଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ଗୋବିନ୍ଦ ଲହଜଳ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଡମ୍ବରୁ ଲହଜଳ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ଏବଂ ଚନ୍ଦ୍ରଧ୍ଵଜ ବାଗ ମଞ୍ଚ ସଂଯୋଜନା କରିଥିଲେ।

Leave a Reply

Your email address will not be published. Required fields are marked *