ସଇଁତଲା/କ୍ରାନ୍ତିକ୍ଷେତ୍ର : ସଇଁତଳା ବ୍ଲକ ଟିକ୍ରାପଡା ପ୍ରାଥମିକ ବିଦ୍ୟାଳୟ ଠାରେ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମନ୍ଧର ଦୀପଙ୍କ ଅଧ୍ୟକ୍ଷତା ତଥା ଶିକ୍ଷକ ଅଜିତ ମେହେରଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। ସାଂସଦ ପ୍ରତିନିଧି ଅକ୍ଷୟ ରଣା ମୁଖ୍ୟ ଅତିଥି, କୁଡାସିଂହା ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସ୍ୱାର୍ଥ ଧରୁଆ ମୁଖ୍ୟ ବକ୍ତା, ମୋତିଲାଲ ମେହେର, ରୋହିତାଶ୍ଵ ସୁଆର, ନକୁଳ ଦଳପତି, ବିଜୟ ପ୍ରଧାନୀ, ରଶ୍ମିତା କାଲୋ, ସସ୍ମିତା ଦାଶ, ଗୋବିନ୍ଦ ସିଂ ମାଝୀ, ଚୂଡ଼ାମଣି ଦେଓ, ଉପେନ୍ଦ୍ର ନାଗ, ଭରତ ମେହେର ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। କ୍ଲଷ୍ଟରର ସମସ୍ତ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀଙ୍କୁ ନେଇ ତିନୋଟି ବର୍ଗରେ ସମୁଦାୟ ୨୬ଟି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ପ୍ରତ୍ୟେକ ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବେ। ସଞ୍ଜିବ ସିଂଦେଓ, ପ୍ରତାପ ନନ୍ଦ, ପ୍ରିୟଙ୍କା ବାରିକ, ଜୟକୃଷ୍ଣ ପଟେଲ, ନବୀନ ନାଏକ, ସରୋଜିନୀ ରାଜପଲିଆ, ପ୍ରୀତି କୁଜୁର, ପ୍ରାଣବନ୍ଧୁ ଦେଓ, ରବି ପଣ୍ଡା, ରମିଜ ରଞ୍ଜନ ରଣା, କାଦମ୍ବିନୀ ବାଗ, ଶିବାଞ୍ଜଳି ପଧାନ, ଯଶୋଦା ପାତ୍ର, ରଶ୍ମିତା ସରାଫ ବିଭିନ୍ନ ପ୍ରତିଯୋଗିତାର ବିଚାରକ ରହିଥିଲେ। ଶେଷରେ ଶିକ୍ଷକ ଶମ୍ଭୁ ପ୍ରସାଦ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
