ଚମ୍ପାଦେଇପୁର କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି

ଭବାନୀପାଟନା/କ୍ରାନ୍ତିକ୍ଷେତ୍ର  (ସୋମ୍ୟ ରଞ୍ଜନ ପତ୍ର) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ଚମ୍ପାଦେଇପୁର ଗ୍ରାମପଞ୍ଚାୟତସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଯୋଡ଼ାବନ୍ଧ ଠାରେ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬-୨୭’ ଉତ୍ସାହ ଓ ଉଦ୍ଦୀପନା ସହ ଅନୁଷ୍ଠିତ ହୋଇଯାଇଛି। ଚମ୍ପାଦେଇପୁର କ୍ଲଷ୍ଟର ଅଧୀନସ୍ଥ ୧୨ଟି ପ୍ରାଥମିକ ବିଦ୍ୟାଳୟ, ୪ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ୧ଟି ଉଚ୍ଚ ବିଦ୍ୟାଳୟର ପ୍ରାୟ ୩୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏହି ଉତ୍ସବରେ ଯୋଗଦେଇ ନିଜ ନିଜର ଅନ୍ତର୍ନିହିତ ପ୍ରତିଭା, ସୃଜନଶୀଳତା ଓ କଳାତ୍ମକ ଦକ୍ଷତା ପ୍ରଦର୍ଶନ କରିଥିଲେ। ଚମ୍ପାଦେଇପୁର କ୍ଲଷ୍ଟର ସଂଯୋଜକ ବିନୋଦ ମହାରଣାଙ୍କ ସଭାପତିତ୍ୱ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଷିଆ ମେହେର ଯୋଗଦେଇ ଥିବାବେଳେ ସମ୍ମାନୀତ ଅତିଥି ଭାବେ ଚମ୍ପାଦେଇପୁର ପଞ୍ଚାୟତ ସରପଞ୍ଚ ନରେନ୍ଦ୍ର ମାଝୀ, ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ ନାୟକ, ଯୋଡ଼ାବନ୍ଧ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶଶିକାନ୍ତ ପାତ୍ର ଓ ସାଂସଦ ପ୍ରତିନିଧି ଲକ୍ଷ୍ମୀଧର ସନ୍ତୋଷ ରାୟ,ପୂର୍ବତନ କ୍ଲଷ୍ଟର ସଂଯୋଜକ ସୌଭାଗ୍ୟ ରଞ୍ଜନ ସାହୁ, ଆୟୋଜକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋବର୍ଦ୍ଧନ ମାଝୀ, ଚମ୍ପାଦେଇପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପୁରନ୍ଦର ନାୟକ ଓ ସୀତାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଭୁବନେଶ୍ୱରୀ ଯାନି ପ୍ରମୁଖ ଉପସ୍ଥିତ ରହିଥିଲେ। ଯୋଡ଼ାବନ୍ଧର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶୁକଦେବ ମଲ୍ଲଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ହୃଷୀକେଶ ନାୟକ, ସାମ୍ବାଦିକ ସନ୍ତୋଷ କୁମାର ତୁଲ, ଗୋପାଳ ଦାସ ମହାନନ୍ଦ, ବିଶ୍ୱନାଥପୁର କ୍ଲଷ୍ଟର ସିଆରସିସି ଦୁଃଖିଶ୍ୟାମ ବାରିକ, ପେଙ୍ଗସୁର୍ ସିଆରସିସି ସଞ୍ଜୀବ କୁମାର ସାହୁ ପ୍ରମୁଖ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶିକ୍ଷକ ସୁବାଷ ନାୟକ ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ଶିକ୍ଷକ କାର୍ତ୍ତିକ ସେଠୀ ଓ ରତିକାନ୍ତ ସେଠୀ। ଶିକ୍ଷକ ଗଣେଶ ଠେଲା, ହରି ଚଣ୍ଡୀ, ରମେଶ ହରିଜନ, ପ୍ରେମରାଜ ନାୟକ, ରିଙ୍କୁ ପ୍ରଧାନୀ, ସୁନୀଲ ପ୍ରଧାନ, ରତ୍ନାକର ପାତ୍ର, ଅଭିମନ୍ୟୁ ପାତ୍ର, ବିଶିକେଶନ ଦୋରା ଏବଂ ଶିକ୍ଷୟିତ୍ରୀ ରୁନି ସାହୁ, ଜୟଶ୍ରୀ ସ୍ୱାଇଁ, ଅମ୍ରିତା ଧଲ, ଦୀପ୍ତିମୟୀ ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କ ପ୍ରତିଭା ପ୍ରଦର୍ଶନ ସହ ବିଭିନ୍ନ ପ୍ରତିଯୋଗିତା ଶିଶୁମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ, ଉତ୍ସାହ ଓ ସୁସ୍ଥ ପ୍ରତିଯୋଗିତାର ମନୋଭାବ ସୃଷ୍ଟି କରିଥିଲା। ଶିଶୁମାନଙ୍କର ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ‘ସୁରଭି’ ଏକ ଉତ୍କୃଷ୍ଟ ମଞ୍ଚ ବୋଲି ମତ ପ୍ରକାଶ ପାଇଥିଲା। ଶେଷରେ ଶିକ୍ଷକ କାର୍ତ୍ତିକ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *