ଚତୁର୍ଥ ମାସିକ କ୍ଳଷ୍ଟର ସ୍ତରୀୟ ବୈଠକ

କଲମପୁର/କ୍ରାନ୍ତିକ୍ଷେତ୍ର (ଗଣେଶ ରାମ ବାଗ) : କଲମପୁର ଗୋଷ୍ଠୀ ଶିକ୍ଷା ଅଧୀନରେ ଥିବା ବରଗାଁ କ୍ଳଷ୍ଟରର ଚତୁର୍ଥ ମାସିକ କ୍ଳଷ୍ଟର ସ୍ତରୀୟ ବୈଠକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦେପୁରଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କ୍ଳଷ୍ଟର ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଏଫ୍ଏଫ୍ଏନ୍ ଶିକ୍ଷକ ଯୋଗଦାନ କରିଥିଲେ। ଏହି ବୈଠକରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମ୍ବନ୍ଧରେ ଆଲୋଚନା କରାଯିବା ସହିତ ନମୁନା ପାଠ୍ୟ ଯୋଜନା ପ୍ରସ୍ତୁତକରି ଦଳଗତ ଭାବେ ଉପସ୍ଥାପନ କରାଯାଇଥିଲା। ବୈଠକର ସମସ୍ତ ଅଧିବେଶନ ସିଆରସିସି ମନୋଜ କୁମାର ମେହେର ଓ ସିଆରଜି ବିଶ୍ଵ ରଞ୍ଜନ ଦାଶ ପରିଚାଳନା କରିଥିଲେ। ଏହି ଅବସରରେ ନୂତନ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଭାବରେ ଯୋଗଦାନ କରିଥିବା ଜିତେନ୍ଦ୍ର କୁମାର ନାଏକଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇବା ସହିତ ନୂତନ ଭାବେ ପଦୋନ୍ନତି ପାଇ କ୍ଳଷ୍ଟରରେ ଯୋଗଦାନ କରିଥିବା ପ୍ରଧାନଶିକ୍ଷକ ଅଲେଖ ମାଝୀ ଓ ଗ୍ରାଜୁଏଟ୍ ଶିକ୍ଷକ ରୁଦ୍ରାକ୍ଷର ନିଆଲଙ୍କୁ ମଧ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜଣାଯାଇଥିଲା।

Leave a Reply

Your email address will not be published. Required fields are marked *