କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଜେପି ପକ୍ଷରୁ ରକ୍ତଦାନ ଶିବିର

କଲମପୁର/କ୍ରାନ୍ତିକ୍ଷେତ୍ର (ଗଣେଶ ରାମ ବାଗ) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ବିଜେପି ପାର୍ଟି ପକ୍ଷରୁ ‘ସେବା ସଂକଳ୍ପ ଅଭିଯାନ’ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି। ‘ମାନବ ସେବା ହିଁ ମାଧବ ସେବା’ ଏହି ମହତ ଉଦ୍ଦେଶ୍ୟକୁ ଆଗରେ ରଖି ସମାଜର ଜରୁରୀକାଳୀନ ରକ୍ତ ଆବଶ୍ୟକତା ପୂରଣ କରିବା ଲକ୍ଷ୍ୟରେ ଏହି ଶିବିରର ଆୟୋଜନ କରାଯାଇଥିଲା। ଏଥିରେ ବହୁ ସଂଖ୍ୟାରେ ସ୍ଥାନୀୟ ଦଳୀୟ କାର୍ଯ୍ୟକର୍ତ୍ତା ତଥା ଯୁବବର୍ଗ ଉପସ୍ଥିତ ରହି ସ୍ୱେଚ୍ଛାକୃତ ରକ୍ତଦାନ କରିଥିଲେ। ​ଏହି ରକ୍ତଦାନ ଶିବିରରେ ଧର୍ମଗଡ଼ ବିଧାୟକ ସୁଧିର ପଟ୍ଟଯୋଶୀ, କଲମପୁର ବିଡିଓ ବିଜୟ କୁମାର ମାଡାଙ୍ଗି, ବିଜେପି କଲମପୁର ବ୍ଲକ ପ୍ରଭାରୀ ଲକ୍ଷ୍ମୀ ବାଗ, ବିଧାୟକ ପ୍ରତିନିଧି ସୁଶାନ୍ତ ରାଉତ, ବିଜୟ ପଣ୍ଡା , କଲମପୁର ବ୍ଲକ ବିଜେପି ଜୋନ୍-୨ ସଭାପତି ହିତେଶ ପାତ୍ର ଏବଂ ଜିଲ୍ଲା ସାଧାରଣ ସମ୍ପାଦକ ହିମାଂଶୁ ପଣ୍ଡା, ମାଙ୍ଗେଲାଲ ବାଗ , ଜନ୍ମେଜୟ ସାହୁ , କମଲ ବାଗ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଆକାଶ ଚନ୍ଦ୍ର ନାଏକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ରକ୍ତ ସଂଗ୍ରହ କାର୍ଯ୍ୟ ସମ୍ପାଦିତ ହୋଇଥିଲା। ଏଥିରେ ଧର୍ମଗଡ଼ ରକ୍ତଭଣ୍ଡାର କର୍ମଚାରୀ ନରସିଂହ ଅଫିସଇ, ଟେକ୍ନିସିଆନ୍ ଭବାନୀ ଶଙ୍କର ଶବର, ଆକୁଳ ବିଶୋଇ, ଆସିଣ୍ଡାଣ୍ଟ ଭରତ ଚନ୍ଦ୍ର କାଣ୍ଡ ଏବଂ ପରମେଶ୍ୱର ସୁନାନୀ ପ୍ରମୁଖ ରକ୍ତଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରିବା ସହ ଶିବିର ପରିଚାଳନାରେ ସକ୍ରିୟ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

Leave a Reply

Your email address will not be published. Required fields are marked *