ଯାତ୍ରୀବାହି ବସ୍ ଭିତରୁ ୧ କୋଟି ରୁ ଉର୍ଦ୍ଧ ଟଙ୍କା ର ଗଂଜେଇ ଜବତ

ମାଲକାନଗିରି/କ୍ରାନ୍ତିକ୍ଷେତ୍ର (ଏନ. ରବି କୁମାର) : ମାଲକାନଗିରି ଜାଗୁଆର ନାମକ ଏକ ଯାତ୍ରୀବାହି ବସ୍ ଭିତରୁ ୧ କୋଟି ରୁ ଉର୍ଦ୍ଧ ଟଙ୍କା ର ଗଂଜେଇ ଜବତ କଲା ଛତିଶଗଡ ପେଣ୍ଡରା ପୁଲିସ।ସୂଚନା ଅନୁଯାୟୀ ଓଡି -୩୦-ଡି -୦୬୦୬ ନମ୍ବର ଯାତ୍ରୀବାହି ଜାଗୁଆର ନାମକ ବସ୍ ଭିତରୁ ୪୯ ଟି ପ୍ୟାକେଟ ରେ ୨୪୫ କିଲୋଗ୍ରାମ ଗଂଜେଇ ଚରାଚାଲାଣ ହେଉଥିବା ର ସୂଚନା ପାଇ ମାଡ଼ି ବସିଲା ଛତିଶଗଡ ପୋଲିସ। ଏଥିରେ ଡ୍ରାଇଭର ସହ ବସ୍ ମାଲିକ ଙ୍କୁ ଗିରଫ କରାଯିବାର ସୂଚନା ମିଳିଛି। ଗଂଜେଇ ଟି ଛତିଶଗଡ଼ର କରବା ଓ ଜିପିଏମ ଅଞ୍ଚଳ କୁ  ଚୋରା ଚାଲାଣ ହେଉଥିଲା ବୋଲି ସୂଚନା ପ୍ରାପ୍ତ ହୋଇଛି ।

Leave a Reply

Your email address will not be published. Required fields are marked *