ଗୋଲାମୁଣ୍ଡାରେ ବିଜେପି ମଣ୍ଡଳ ସଂଗଠନ ବୈଠକ

ଗୋଲାମୁଣ୍ଡା/କ୍ରାନ୍ତିକ୍ଷେତ୍ର : ଗୋଲାମୁଣ୍ଡା କଲ୍ୟାଣ ମଣ୍ଡପଠାରେ ମଙ୍ଗଳବାର ଗୋଲାମୁଣ୍ଡା ମଣ୍ଡଳ ବିଜେପିର ସଂଗଠନ ବୈଠକ ଅନୁଷ୍ଠିତ ହୋଇଛି। ମଣ୍ଡଳ ସଭାପତି ବୈଶାଖୁ କେତକୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଆଗାମୀ ଦିନରେ ଦଳ ପକ୍ଷରୁ ଆୟୋଜିତ ହେବାକୁ ଥିବା ରକ୍ତଦାନ ଶିବିର, ‘ସେବା ସଙ୍କଳ୍ପ’ କାର୍ଯ୍ୟକ୍ରମ ସମେତ ସଂଗଠନାତ୍ମକ କାର୍ଯ୍ୟକଳାପ ନେଇ ଆଲୋଚନା ହୋଇଥିଲା।ବିଶେଷକରି ଶକ୍ତିକେନ୍ଦ୍ର ଓ ବୁଥ୍‌ ସ୍ତରରେ ସଂଗଠନକୁ ଅଧିକ ସୁଦୃଢ଼ କରିବା, କାର୍ଯ୍ୟକର୍ତ୍ତାଙ୍କୁ ସକ୍ରିୟ କରିବା ଏବଂ ତୃଣମୂଳ ସ୍ତରରେ ଦଳୀୟ କାର୍ଯ୍ୟକ୍ରମକୁ ଗତିଶୀଳ କରିବା ଉପରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ବୈଠକରେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ବୃଷଭ ନାଏକ, ମଣ୍ଡଳ ପ୍ରଭାରୀ ନିରୁପମା ନାଏକ, ପ୍ରଦୀପ କୁମାର ପଣ୍ଡା, ଶ୍ୟାମ ସୁନ୍ଦର ଅଗ୍ରୱାଲ, ନାରାୟଣ ଅଘରିଆ, ଗଙ୍ଗା ବିଷ୍ଣୁ ମୁଣ୍ଡ, ସାଧାରଣ ସମ୍ପାଦକ ହେମନ୍ତ ବାଗ ଓ ନକୁଳ ରାଉତଙ୍କ ସମେତ ବିଭିନ୍ନ ପଞ୍ଚାୟତର ପ୍ରମୁଖ, ପ୍ରଭାରୀ, ମଣ୍ଡଳ ପଦାଧିକାରୀ ଓ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *