ବିଷାକ୍ତ ସାପ କାମୁଡ଼ାରେ ୬୨ ବର୍ଷୀୟ ମାଧବ ସିଂଙ୍କ ମୃତ୍ୟୁ

ଗୋଲାମୁଣ୍ଡା/କ୍ରାନ୍ତିକ୍ଷେତ୍ର : ଗୋଲାମୁଣ୍ଡା ବ୍ଲକ ମହାଲିଙ୍ଗ ପଞ୍ଚାୟତ କୋଦୋଭଟା ଗ୍ରାମ ରେ ବିଷାକ୍ତ ସାପ କାମୁଡ଼ାରେ ୬୨ ବର୍ଷୀୟ ମାଧବ ସିଂଙ୍କ ପିତା ଦ୍ୱାରିକା ସିଂଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। କୋଦୋଭଟା ଅଞ୍ଚଳରେ ଘଟିଥିବା ଏହି ଅଭାବନୀୟ ଘଟଣାକୁ ନେଇ ପରିବାର ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ସୂଚନା ଅନୁଯାୟୀ, ମାଧବ ସିଂ କୋଦୋଭଟା ଅଞ୍ଚଳରେ ଥିବା ସକାଳ ସମୟରେ ଏକ ବିଷାକ୍ତ ସାପ ତାଙ୍କୁ କାମୁଡ଼ିଥିଲା। ସାପ କାମୁଡ଼ିବା ପରେ ତାଙ୍କ ଶରୀରରେ ଅସୁସ୍ଥତା ଦେଖାଦେଇଥିଲା। ଘଟଣା ଜଣାପଡ଼ିବା ପରେ ପରିବାରଲୋକେ ଓ ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ଚପ୍ରରିଆ ଚିକିତ୍ସା କୁ ନେଲେ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସା କୁ ସ୍ଥାନାନ୍ତରିତ କଲେ ହସ୍ପିଟାଲରେ ଡାକ୍ତରମାନେ ତାଙ୍କର ଚିକିତ୍ସା କରିଥିଲେ। ତେବେ ଚିକିତ୍ସା ସତ୍ତ୍ୱେ ତାଙ୍କ ଜୀବନ ରକ୍ଷା କରାଯାଇପାରିନଥିଲା। ଡାକ୍ତରମାନେ ମାଧବ ସିଂଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ମାଧବ ସିଂଙ୍କ ପରିବାର ଗଭୀର ଦୁଃଖରେ ଭାଙ୍ଗିପଡ଼ିଛନ୍ତି। ତାଙ୍କ ମୃତ୍ୟୁ ଖବର ଅଞ୍ଚଳରେ ପହଞ୍ଚିବା ପରେ ଆତ୍ମୀୟସ୍ୱଜନ ଓ ପରିଚିତମାନେ ପରିବାରକୁ ସମବେଦନା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *