ଲାଞ୍ଜିଗଡ଼/କ୍ରାନ୍ତିକ୍ଷେତ୍ର (ସୋମ୍ୟ ରଞ୍ଜନ ପାତ୍ର) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ରୋଡ୍ଠାରେ ଚଳିତ ବର୍ଷ ଧୁମ୍ଧାମରେ ପାଳନ କରାଯାଉଛି ମା’ ଦୁର୍ଗାଙ୍କ ନବରାତ୍ରି ପୂଜା। ୧୯୭୪ ମସିହାରେ ଆରମ୍ଭ ହୋଇଥିବା ଏହି ପୂଜା ଚଳିତ ବର୍ଷ ୫୩ତମ ବର୍ଷରେ ପଦାର୍ପଣ କରିଛି। ଦୀର୍ଘ ବର୍ଷ ଧରି ଏଠାରେ ଭକ୍ତି ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମା’ଙ୍କ ପୂଜା ପାଳିତ ହୋଇଆସୁଛି। ଚଳିତ ବର୍ଷ ଅକ୍ଟୋବର ୧୦ ତାରିଖ ମହାଳୟା ଅବସରରେ କଳସ ଯାତ୍ରା ସହ ପୂଜାର ଶୁଭାରମ୍ଭ ହୋଇଛି। ନବରାତ୍ରି ଅବସରରେ ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା, ଧାର୍ମିକ ବିଧିବିଧାନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଭକ୍ତିମୟ ପରିବେଶ ସୃଷ୍ଟି କରିବାକୁ ପୂଜା କମିଟି ପକ୍ଷରୁ ବ୍ୟବସ୍ଥା କରାଯାଇଛି। ପୂଜା କମିଟିର ସଭାପତି ଭାବେ ଟଙ୍କଧର ମାଝୀ, ଉପସଭାପତି ଭାବେ ମିଥୁନ ପ୍ରସାଦ ସାହୁ, ସମ୍ପାଦକ ଭାବେ ପ୍ରଣବ କୁମାର ରାଉତ, ଯୁଗ୍ମ ସମ୍ପାଦକ ଭାବେ ସୌରଭ ପାତ୍ର ଏବଂ କୋଷାଧ୍ୟକ୍ଷ ଭାବେ ନିଲେଶ ସ୍ୱାଇଁ ଦାୟିତ୍ୱ ତୁଲାଉଛନ୍ତି। ସାଂସ୍କୃତିକ କାର୍ଯ୍ୟକ୍ରମର ସଭାପତି ଭାବେ ପୂର୍ଣ୍ଣଚନ୍ଦ୍ର ଗୌଡ଼ ଏବଂ ସମ୍ପାଦକ ଭାବେ କିରଣ ବର୍ମା ଦାୟିତ୍ୱରେ ଅଛନ୍ତି। ପୂଜକ ଭାବେ ଲମ୍ବୋଦର ପାଢ଼ୀ ଓ ପରମାନନ୍ଦ ପାଢ଼ୀ ପୂଜାକାର୍ଯ୍ୟ ସମ୍ପାଦନ କରୁଥିବା ବେଳେ ସୁନ୍ଦରଲାଲ ଗୌଡ଼ କର୍ତ୍ତା ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି। ଉପଦେଷ୍ଟା କମିଟିରେ ଅଭିମନ୍ୟୁ ପାତ୍ର, ଟି. ପ୍ରଭାକର ରାଓ, କେ. ବୈକୁଣ୍ଠ ରାଜୁ, ମନୋଜ କୁମାର ରାଉତ, ଦୁଷ୍ମନ୍ତ ଓଝା, ସନ୍ୟାସୀ ନାୟକ ଓ ଗୋପା ଲ ସୁନାନୀ ରହିଛନ୍ତି। ଦୀର୍ଘ ୫୩ ବର୍ଷର ଏହି ପାରମ୍ପରିକ ପୂଜା ଅଞ୍ଚଳବାସୀଙ୍କ ମଧ୍ୟରେ ଧାର୍ମିକ ଭାବନା, ଏକତା ଓ ଭାଇଚାରାକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା କରାଯାଉଛି।
