ଲାଞ୍ଜିଗଡ଼ ରୋଡ୍ ଚଣ୍ଡୀ-ସର୍ବମଙ୍ଗଳା ପୀଠରେ ନବଦିନାତ୍ମକ ନବରାତ୍ରି ପୂଜା ଆରମ୍ଭ

ଲାଞ୍ଜିଗଡ଼/କ୍ରାନ୍ତିକ୍ଷେତ୍ର (ସୋମ୍ୟ ରଞ୍ଜନ ପାତ୍ର) : ଲାଞ୍ଜିଗଡ଼ ରୋଡ୍‌ସ୍ଥିତ ସ୍ୱପ୍ନେଶ୍ୱର ମନ୍ଦିର ତଥା ଚଣ୍ଡୀ ସର୍ବମଙ୍ଗଳା ପୀଠରେ ପବିତ୍ର ନବରାତ୍ରି ଅବସରରେ ନବଦିନାତ୍ମକ ପୂଜା ଆରମ୍ଭ ହୋଇଛି। ମା’ ଜଗତଜନନୀଙ୍କ ଆରାଧନା ସହ ଏହି ପୂଜାରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ସ୍ୱପ୍ନେଶ୍ୱର ପୂଜା କମିଟି ସଂକ୍ରାନ୍ତି ଗ୍ରୁପ୍, ସଙ୍କଟ ମୋଚନ ଗ୍ରୁପ , ଲାଞ୍ଜିଗଡ଼ ରୋଡ୍ ପକ୍ଷରୁ ଏହି ପୂଜାର ଆୟୋଜନ କରାଯାଇଛି। ଏହି ନବରାତ୍ରି ପୂଜା ଲଗାତାର ପଞ୍ଚମ ବର୍ଷରେ ପଦାର୍ପଣ କରିଛି। ଆୟୋଜକମାନଙ୍କ ପକ୍ଷରୁ ପାରମ୍ପରିକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଉଛି। ପୂଜାରେ ଅମର ଦାସ ଓ ପୂଜା ଦାସ କର୍ତ୍ତା ଭାବେ ଦାୟିତ୍ୱ ତୁଲାଉଥିବା ବେଳେ ନିରଞ୍ଜନ ପାଢ଼ୀ ମୁଖ୍ୟ ପୂଜକ ଏବଂ ବୁଲୁ ରଥ ସହ ପୂଜକ ଭାବେ ପୂଜାକାର୍ଯ୍ୟ ସମ୍ପାଦନ କରୁଛନ୍ତି। ସ୍ୱପ୍ନେଶ୍ୱର ସଂକ୍ରାନ୍ତି ଗ୍ରୁପ୍‌ର ସଭାପତି ଚନ୍ଦ୍ରଶେଖର ମହାପାତ୍ରଙ୍କ ନେତୃତ୍ୱରେ ଏହି ଧାର୍ମିକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ନବରାତ୍ରି ଅବସରରେ ମା’ଙ୍କ ଆଶୀର୍ବାଦ ଲାଭ କରିବା ସହ ଅଞ୍ଚଳରେ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରି ଭକ୍ତମାନେ ପୂଜାର୍ଚ୍ଚନାରେ ସାମିଲ ହେଉଛନ୍ତି।

Leave a Reply

Your email address will not be published. Required fields are marked *