କଣ୍ଟେନରରୁ ୪୦ରୁ ଊର୍ଦ୍ଧ୍ୱ ଗୋରୁ ଉଦ୍ଧାର

ବେହେରା/କ୍ରାନ୍ତିକ୍ଷେତ୍ର (ପଦ୍ମବନ ବେମାଲ) : କଳାହାଣ୍ଡି ଜିଲ୍ଲାରେ ପୁଣି ଗୋରୁ ଚାଲାଣ ଘଟଣା ସାମ୍ନାକୁ ଆସିଛି। କୋକସରା ଥାନାଅନ୍ତର୍ଗତ ଧଅଁରପୁର -ତେତେଲପଡ଼ା ନିକଟରେ ଏକ ନମ୍ବରବିହୀନ କଣ୍ଟେନରରୁ ୪୦ରୁ ଊର୍ଦ୍ଧ୍ୱ ଗୋରୁଙ୍କୁ ଉଦ୍ଧାର କରିଛି କୋକସରା ପୋଲିସ। ଅତ୍ୟଧିକ ଗୋରୁ ଭର୍ତ୍ତି ହୋଇଥିବାରୁ ପାଞ୍ଚୋଟି ବଳଦଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି। ଯବତ ହୋଇଥିବା ଗୋରୁ ଙ୍କୁ ବର୍ତମାନ ରାଧା ମାଧବ ଗୋଶାଳା ବେହେରା ବାଙ୍କୀମୁଣ୍ଡା ଠାରେ ଥଇଥାନ କରିଥିବା ଘଟଣା ସାମ୍ନାକୁ ଆସିଛି। ଏହାର ଉଚିତ ତଦନ୍ତ କରିବା ପାଇଁ କୋକସରା ପୋଲିସ ଉପସ୍ଥିତ ରହି ଦଦନ୍ତ କଲା ପରେ ହିଁ ଏହାର ବାସ୍ତବତା ଜଣାପଡିବ। ବିଶେଷ ସୂତ୍ରରୁ ଜଣାପଡିଛି ଧର୍ମଗଡ଼ ରୁ ପାର୍ବତୀପୁରାମ ଯାଉଥିବା ଖବର ମିଳିଛି। ଦଣ୍ଡପାଟ ଅଂଚଳରେ ଗୋଚାଲାଣ ରୋକିବା ପାଇଁ ଅଞ୍ଚଳ ସ୍ବେଛାସେବୀ ସରକାର ପାଖରେ ସହଯୋଗ କାମନା କରିଛନ୍ତି ଏଥିପ୍ରତି ଶାସନ ପ୍ରଶାସନ ଧ୍ୟାନ ଦେବା ପାଇଁ ଅଞ୍ଚଳ ବାସି ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *