ଜାତୀୟ ପ୍ରେସ ଦିବସରେ ବରିଷ୍ଠ ନାଗରିକଙ୍କୁ ଶୀତ ବସ୍ତ୍ର ପ୍ରଦାନ

କଲମପୁର/କ୍ରାନ୍ତିକ୍ଷେତ୍ର (ଗଣେଶ ରାମ ବାଗ) : କଲମପୁର ପ୍ରିଣ୍ଟ ଓ ୱେବ ମିଡ଼ିଆ ପକ୍ଷରୁ ଜାତୀୟ ପ୍ରେସ ଦିବସ – ୨୦୨୬  ବନ୍ଦକନା ଧାନ ମଣ୍ଡି ପରିସରରେ ଆୟୋଜିତ ହୋଇଯାଇଛି। ଆୟୋଜିତ ସମାରୋହରେ ଅଞ୍ଚଳର ଶତାଧିକ ବୃଦ୍ଧ ବୃଦ୍ଧା ଉପସ୍ଥିତ ରହିଥିଲେ। ଏହି କ୍ରମରେ କଲମପୁର ମାରବାଡ଼ି ଯୁବମଞ୍ଚ ପକ୍ଷରୁ ଶୀତ ବସ୍ତ୍ର କମ୍ବଳ ବଣ୍ଟନ ଓ ସାମ୍ବାଦିକ ମାନଙ୍କ ଦ୍ବାରା ଶୀତ ସାଲ ପ୍ରଦାନ କରାଯାଇଥିଲା।

ସାମ୍ବାଦିକ ସୁରେନ୍ଦ୍ର ନାଏକଙ୍କ ତତ୍ତ୍ଵାବଧାନ କାର୍ଯ୍ୟକ୍ରମରେ ବ୍ୟବସାୟୀ କପୁରଚନ୍ଦ୍ର ଜୈନ ମୁଖ୍ୟ ଅତିଥି, ସାଂସଦ ପ୍ରତିନିଧି ଅରୁଣ ଜଗରିଆ ମୁଖ୍ୟ ବକ୍ତା, କୋଟାଗାଁ ଗ୍ରାମ ପଞ୍ଚାୟତ ସରପଞ୍ଚ ଚନ୍ଦନ ପଣ୍ଡା, ସମାଜସେବୀ ମନୋଜ ଶର୍ମା, ସୁଶୀଲ ଜୈନ, ଅବସର ଶିକ୍ଷାବିଦ ଶତ୍ରୁଘନ ବାଗ, ସନାତନ ପାଣ୍ଡେ, ରବୀନ୍ଦ୍ର ନାଏକ, ସଂଗ୍ରାମ ବେହେରା, ଅମୀର ଅଲ୍ଲୀ, ପଙ୍କଜ ଶର୍ମା ପ୍ରମୁଖ ମଞ୍ଚାସିନ ଥିଲେ। ଗଣମାଧ୍ଯମ କେବଳ ଖବର ପରିବେଷଣର ମାଧ୍ୟମ ନୁହେଁ, ଏହା ଗଣତନ୍ତ୍ରର ଏକ ଶକ୍ତିଶାଳୀ ସୃମ୍ଭ। ସମାଜର ଅବହେଳିତ, ନିଷ୍ପେଷିତ ଓ ନିରବ ଜନତାଙ୍କ ସ୍ବରକୁ ଶାସନ ବ୍ୟବସ୍ଥା ନିକଟରେ ପହଞ୍ଚାଇବା, ସାମ୍ବାଦିକତାର ପ୍ରକୃତ ଧର୍ମ ଓ ସାମ୍ବାଦିକତାର ମୂଳ ଆଧାର ହେଉଛି ସତ୍ୟ, ନିରପେକ୍ଷତା, ସାହସ ଓ ନିସ୍ବାର୍ଥରେ କଲମ ଚାଳନା କରିବା ହିଁ ଜଣେ ପ୍ରକୃତ ସାମ୍ବାଦିକଙ୍କ ପରିଚୟ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ। ଏହି ଜାତୀୟ ପ୍ରେସ ଦିବସ ସମାରୋହରେ ସାମ୍ବାଦିକ ଶେଷଦେବ ନାଏକ, ପରମାନନ୍ଦ ଠାକୁର, ବାସୁଦେବ ଛତ୍ରିଆ, ଭୋଜରାଜ୍ ଛତ୍ରିଆ ପ୍ରମୁଖ ପୂର୍ଣ୍ଣ ସହଯୋଗ କରିଥିବା ବେଳେ ଗଣେଶ ରାମ ବାଗ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *