ବେହେରା/କ୍ରାନ୍ତିକ୍ଷେତ୍ର (ପଦ୍ମବନ ବେମାଲ) : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବେହେରାସ୍ଥିତ ବିଜୁ କଲ୍ୟାଣ ମଣ୍ଡପଠାରେ ଦଣ୍ଡପାଟ ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। ପ୍ରାରମ୍ଭରେ ମା’ ଦନ୍ତେଶ୍ୱରୀଙ୍କ ପୂଜାର୍ଚ୍ଚନା ସହ ଦୀପ ପ୍ରଜ୍ୱଳନ କରାଯାଇ ସଭାର ଶୁଭାରମ୍ଭ ହୋଇଥିଲା। ବେହେରା ସମିତି ସଭ୍ୟ କିଶୋର ଚନ୍ଦ୍ର ନାଗ ମୁଖ୍ୟ ଅତିଥି, ସମାଜସେବୀ ପ୍ରଶାନ୍ତ ତିୱାରୀ ସମ୍ମାନିତ ଅତିଥି ଏବଂ ରଜତ ବଂଶଲ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ବରିଷ୍ଠ ସାମ୍ବାଦିକ ସୁବାସ ଚନ୍ଦ୍ର ବାଗଙ୍କ ସଭାପତିତ୍ୱରେ ଆୟୋଜିତ ସଭାକୁ ଆଖଣ୍ଡଳ ମଣି ଭରତିଆ ପରିଚାଳନା କରିଥିଲେ। ଏହି ଅବସରରେ ସାମ୍ବାଦିକ ଏକତା, ସାମାଜିକ ଦାୟିତ୍ୱ ଏବଂ ଗଣତନ୍ତ୍ରରେ ଗଣମାଧ୍ୟମର ଭୂମିକା ଉପରେ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମରେ ଭୂପେଷ ତିୱାରୀ, ଉପେନ୍ଦ୍ର ନାଏକ, ରୁପେନ୍ଦ୍ର ସୁନାନି, ତ୍ରିଲୋକ ସିଂହ,ପଦ୍ମବନ ବେମାଲ,ରାଜେଶ ନାଏକ, ହୁକିମ୍ ବିଶି, ଅମୋଜ ଧରୁଆଙ୍କ ସମେତ ଅନ୍ୟାନ୍ୟ ସାମ୍ବାଦିକ ଉପସ୍ଥିତ ଥିଲେ।
