କୋକସରା/କ୍ରାନ୍ତିକ୍ଷେତ୍ର : ରାଜ୍ୟସଭା ସାଂସଦ ସୁଜୀତ କୁମାରଙ୍କ ଜନ୍ମଦିବସ ଅବସରରେ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ‘ଯୁବ ଶକ୍ତି’ ସଂଗଠନ ପକ୍ଷରୁ ମଙ୍ଗଳବାର କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ ସେବାମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସଂଗଠନର ସଭାପତି ଧର୍ମେନ୍ଦ୍ର ନାଗଙ୍କ ତତ୍ତ୍ୱାବଧାନରେ କର୍ମକର୍ତ୍ତାମାନେ ମେଡିକାଲରେ ଚିକିତ୍ସାଧୀନ ଥିବା ସମସ୍ତ ରୋଗୀଙ୍କ ନିକଟକୁ ଯାଇ ସେମାନଙ୍କୁ ଫଳ ବଣ୍ଟନ କରିବା ସହ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ ଏବଂ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ। ଏହି ସେବାମୂଳକ କାର୍ଯ୍ୟକ୍ରମରେ ସଂଗଠନର ସଭାପତି ଧର୍ମେନ୍ଦ୍ର ନାଗଙ୍କ ସମେତ ସମ୍ପାଦକ ସୁଶାନ୍ତ ବାଗ, ସଂଜୀବ ମୁଣ୍ଡ, ତୁଷାର ନାଏକ, ହରେକୃଷ୍ଣ ପୋଡ଼, ଜୟନ୍ତ ଭଇସାଲ, ମାନସ ବେହେରା, ଜ୍ୟୋତିନ୍ଦ୍ର ଦଳାଇ, ବାଲକୃଷ୍ଣ ବଗର୍ତ୍ତୀ, ପିତାମ୍ବର ପାଳି, ଅନିଲ ପୋଡ଼, ଲୋକନାଥ ଚଣ୍ଡୀ ପ୍ରମୁଖ ସକ୍ରିୟ ଭାବେ ସାମିଲ ରହି ସହଯୋଗ କରିଥିଲେ।
