କଳାହାଣ୍ଡି ବିଜୁ ଯୁବ ଜନତା ଦଳର ଜିଲ୍ଲା ଉପ-ସଭାପତି ହେଲେ ଅମିତ୍ କୁମାର ଯାଦବ, ସାଧାରଣ ସମ୍ପାଦକ ହେଲେ ନବୀନ ନାୟକ

ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର (ସୌମ୍ୟରଞ୍ଜନ ପାତ୍ର) : କଳାହାଣ୍ଡି ଜିଲ୍ଲା ବିଜୁ ଯୁବ ଜନତା ଦଳର ଜିଲ୍ଲା ଉପ-ସଭାପତି ଭାବେ ଅମିତ୍ କୁମାର ଯାଦବ ଏବଂ ସାଧାରଣ ସମ୍ପାଦକ ଭାବେ ନବୀନ ନାୟକ ଚୟନ ହୋଇଛନ୍ତି। ଏହି ଗୁରୁଦାୟିତ୍ବ ପ୍ରଦାନ କରିଥିବାରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ସେମାନେ ହୃଦୟରୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି।ଏଥିସହ ରାଜ୍ୟ ବିଜୁ ଯୁବ ଜନତା ଦଳର ସଭାପତି ଚିନ୍ମୟ ସାହୁ, କଳାହାଣ୍ଡି ଜିଲ୍ଲା ସଭାପତି ପ୍ରଦୀପ ଦିଶାରୀ, କଳାହାଣ୍ଡି ଜିଲ୍ଲା ଯୁବ ସଭାପତି ଶ୍ରୀ ଅବିନାଶ ଠାକୁର, ରାଜ୍ୟ ବରିଷ୍ଠ ଉପ-ସଭାପତି ମଣ୍ଟୁ ନାଏକ, ମନିନ୍ଦର ମହାନ୍ତି, ଜିଲ୍ଲାର ସମସ୍ତ ବିଧାୟକ, ପୂର୍ବତନ ବିଧାୟକ ଏବଂ କଳାହାଣ୍ଡି ଜିଲ୍ଲାର ସମସ୍ତ ବରିଷ୍ଠ ନେତୃବୃନ୍ଦ ଓ ବିଜୁ ଯୁବ ଜନତା ଦଳର ସମସ୍ତ କର୍ମୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *