ମୂଷାପାଲିଠାରେ ନୂତନ ସାପ୍ତାହିକ ହାଟ ଓ ଗୋରୁ ବଜାର ଉଦଘାଟିତ

ବେହେରା/କ୍ରାନ୍ତିକ୍ଷେତ୍ର (ପଦ୍ମବନ ବେମାଲ) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ମୂଷାପାଲିଠାରେ ମଙ୍ଗଳବାର ଏକ ନୂତନ ସାପ୍ତାହିକ ହାଟ ଏବଂ ଗୋରୁ ବଜାର ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି। ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂ ଦେଓ ଏବଂ ସମ୍ମାନିତ ଅତିଥି ଭାବେ ପୂର୍ବତନ ଧର୍ମଗଡ଼ ବିଧାୟକ ମୌସୁଧି ବାଗ ଯୋଗଦେଇ ଫିତା କାଟି ବଜାରର ଶୁଭାରମ୍ଭ କରିଥିଲେ। ଅନୁଷ୍ଠିତ ସଭାରେ ପିଇଓ ବିରଞ୍ଚି ଖର୍ସେଲ, ପ୍ରଶାନ୍ତ ତିୱାରୀ, ଗୌରଚନ୍ଦ୍ର ବାଗ, ସୁଶାନ୍ତ ବେହେରା, ଗ୍ରାମ୍ୟ ପୁଝାରୀ ମନ୍ଧର ପୁଝାରୀ ଏବଂ ଗାଁ ଗୌନ୍ତିଆ ଅର୍ଜୁନ ନାଏକ ପ୍ରମୁଖ ମଞ୍ଚାସୀନ ହୋଇଥିଲେ। ବଜାର କେବଳ ଏକ ବେପାର କେନ୍ଦ୍ର ନୁହେଁ, ବରଂ ଏହା ଆର୍ଥିକ ଉନ୍ନତିର ଅଙ୍ଗ ଏବଂ ପରସ୍ପର ମଧ୍ୟରେ ଭାବର ଆଦାନପ୍ରଦାନର ଏକ ପ୍ରମୁଖ କେନ୍ଦ୍ରବିନ୍ଦୁ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଅଲେଖ ଚନ୍ଦ୍ର ଗୋପାଳ ଓ ଭିକାରୀ ଦୁର୍ଗା ପରିଚାଳନା କରିଥିବାବେଳେ ମୂଷାପାଲି ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମର ଲୋକମାନେ ସହଯୋଗ କରିଥିଲେ। ବଜାର କମିଟିର ନିଷ୍ପତ୍ତି ଅନୁଯାୟୀ, ପ୍ରତି ମଙ୍ଗଳବାର ଏହି ସାପ୍ତାହିକ ହାଟ ବସିବା ସହିତ ଗୋରୁ, ଛେଳି ଓ ମେଣ୍ଢା ବଜାର ମଧ୍ୟ ପରିଚାଳିତ ହେବ।

Leave a Reply

Your email address will not be published. Required fields are marked *