ନୂଆଁଗାଁ, ରତାଲୁପଡାଠାରେ ଇନ୍ଦିରା ଗାନ୍ଧୀଙ୍କ ୧୦୯ତମ ଜନ୍ମଜୟନ୍ତୀ ପାଳିତ

କଲମପୁର/କ୍ରାନ୍ତିକ୍ଷେତ୍ର (ଗଣେଶ ରାମ ବାଗ) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ନୂଆଁଗାଁ, ରତାଲୁପଡା ଠାରେ ମାଁ ବଣ୍ଡେଲ ମାଉଳି ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ୧୦୯ତମ ଜନ୍ମଜୟନ୍ତୀ ଗୁରୁବାର ରାତ୍ର ୮ଘଣ୍ଟା ସମୟରେ ପାଳିତ ହୋଇଯାଇଛି। ଏହି ଅବସରରେ ଇନ୍ଦିରା ଗାନ୍ଧୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କର ସ୍ମୃତିଚାରଣ କରାଯାଇଥିଲା। ଦେଶ ପାଇଁ ତାଙ୍କର ଅବଦାନ, ନେତୃତ୍ୱ ଓ ଦେଶସେବାକୁ ମନେ ପକାଇଥିଲେ ଉପସ୍ଥିତ ଅତିଥି ଓ ଅଞ୍ଚଳବାସୀ। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଦସ୍ୟ, ସ୍ଥାନୀୟ ବୁଦ୍ଧିଜୀବୀ ଓ ଅଞ୍ଚଳବାସୀ ଉପସ୍ଥିତ ରହି ଜନ୍ମଜୟନ୍ତୀ ପାଳନ କରିଥିଲେ। ଜନ୍ମ ଜୟନ୍ତୀ ପାଳନର ଉଜ୍ଜୋଗ କର୍ତ୍ତା ତଥା ରାଜୀବ ଗାନ୍ଧୀ ପଞ୍ଚାୟାତରାଜ ସଙ୍ଗଠନ କଲମପୁର ବ୍ଲକ ସଭାପତି ପଦ୍ମ କିଶୋର ନାଏକଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜୀବ ଗାନ୍ଧୀ ପଞ୍ଚାୟତରାଜ ସଙ୍ଗଠନ ରାଜ୍ୟ ସମ୍ପାଦକ ସରୋଜ ବାଗ ମୁଖ୍ୟ ଅତିଥି, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଅନୁସୂଚିତ ଜାତି ରାଜ୍ୟ ଉପ ସଭାପତି ତଥା ଜୁନାଗଡ ବ୍ଲକ କଂଗ୍ରେସ ସଭାପତି ଚିତ୍ତରଞ୍ଜନ ନିଆଁଲ , ଧର୍ମଗଡ ଯାଦବ ସମାଜ ସମ୍ପାଦକ କିଶୋର ହଂସ, ଧରିତ୍ରୀ ଖବରଦାତା ଗଣେଶରାମ ବାଗ, ସମାଜସେଵୀ ରବି ନାରାୟଣ ବେହେରା, ଲକ୍ଷ୍ମୀ ଯୁଆଡ଼ି, ନୂଆଁଗାଁ ପଞ୍ଚାୟତ କଂଗ୍ରେସ ସଭାପତି ଗୋବିନ୍ଦ ଦଣ୍ଡସେନା , ଧବଳେଶ୍ୱର୍ ମାଝୀ , ଡମ୍ବରୁଧର ଦୁର୍ଗା, ଗଣେଶ ପଟେଲ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଜନ୍ମ ଜୟନ୍ତୀ ପାଳନ କରିଥିଲେ।

Leave a Reply

Your email address will not be published. Required fields are marked *