ଆମପାଣିରେ ଓମଫେଡ୍ ପାର୍ଲର ଓ କନଜ୍ୟୁମର ଷ୍ଟୋର ଉଦଘାଟିତ

କୋକସରା/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଆମପାଣି ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) ଲିଃ ପକ୍ଷରୁ ଶୁକ୍ରବାର ଏକ ନୂତନ ଓମଫେଡ୍ ପାର୍ଲର ଓ କନଜ୍ୟୁମର ଷ୍ଟୋର ଉଦଘାଟିତ ହୋଇଛି। ଏହି ଉଦଘାଟନୀ ଉତ୍ସବରେ ରାଜ୍ୟ ଓମଫେଡ୍ ଅଧ୍ୟକ୍ଷ କିଶୋର ଚନ୍ଦ୍ର ପ୍ରଧାନୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଏହାର ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ଡିଆରସିଏସ୍ ଅଶୋକ କୁମାର ପାଣି, ଏଆରସିଏସ୍ ସରୋଜ କୁମାର ପ୍ରଧାନ, କୋକସରା କେନ୍ଦ୍ର ସମବାୟ ବ୍ୟାଙ୍କ ମ୍ୟାନେଜର ସୁଭାଶିଷ ବେଶ୍ରା, ଆମପାଣି ପ୍ୟାକ୍ସ ସଭାନେତ୍ରୀ ତିଳୋତ୍ତମା ନାଏକ ଏବଂ ସ୍ଥାନୀୟ ସରପଞ୍ଚ ଋକ୍ମଣୀ ବାଣୁଆ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ପ୍ୟାକ୍ସ କାର୍ଯ୍ୟାଳୟ ପରିସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏହି ପାର୍ଲର ଓ ଷ୍ଟୋର ଖୋଲିବା ଦ୍ୱାରା ସ୍ଥାନୀୟ ଅଞ୍ଚଳବାସୀ ସୁଲଭ ମୂଲ୍ୟରେ ଓମଫେଡ୍‌ର ବିଭିନ୍ନ ଦୁଗ୍ଧଜାତ ସାମଗ୍ରୀ ସମେତ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀ ସହଜରେ ପାଇପାରିବେ ବୋଲି ମତପ୍ରକାଶ ପାଇଥିଲା।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିତେନ୍ଦ୍ର ପଣ୍ଡା, ଟିକିଚନ୍ଦ୍ର ଧଙ୍ଗଡାମାଝୀ, ଫକୀର ମୋହନ ପୁଝାରୀ, ପ୍ରଶାନ୍ତ ମୁନି, ଟେମରା ପ୍ୟାକ୍ସ ସମ୍ପାଦକ ରଞ୍ଜନ ପାଣିଗ୍ରାହୀ, ଡାଇରେକ୍ଟର ଗୋପିଚନ ନାଏକ, ସୋନୁ କୁମାର ଅଗ୍ରୱାଲ, ପ୍ରଶନ୍ନ ବାରିକ, ନିତ୍ୟାନନ୍ଦ ମାଝୀ, ସନ୍ତୋଷ ମାଝୀ, ଅର୍ଜୁନ ଭାଟି ଓ ହରିଶ୍ଚନ୍ଦ୍ର ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ଆମପାଣି ପ୍ୟାକ୍ସ ସମ୍ପାଦକ ବିକାଶ ରଞ୍ଜନ ପଣ୍ଡା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ପ୍ୟାକ୍ସର ସମସ୍ତ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *