ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଡ଼ମାଳ- ଟିଟିଲାଗଡ଼ ରାସ୍ତାରେ ବନ୍ଧୁକ ଦେଖାଇ ଡକାୟତି ଉଦ୍ୟମ ବିଫଳ, ଥାନାରେ ଏତଲା

ସଇଁତଳା/କାନ୍ତିକ୍ଷେତ୍ର(ଦୀପ୍ତିରାଣୀ ପ୍ରଧାନ) : ଗତକାଲି ରାତି ପ୍ରାୟ ୯:୪୦ ମିନିଟ ସମୟରେ ଟିଟିଲାଗଡ଼ ଥାନା ଅନ୍ତର୍ଗତ ବାଞ୍ଜିଝାଲ ଗାଁ ନିକଟ ଜଙ୍ଗଲରେ ସଶସ୍ତ୍ର ଡକାୟତ ଉଦ୍ୟମ ହୋଇଥିବା ଟିଟିଲାଗଡ଼ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ଟିଟିଲାଗଡ଼ ଉପଖଣ୍ଡ ସିନ୍ଧେକେଲା ଗାଁରୁ  ସରଜୁ କୁମ୍ଭାର ଓ ସ୍ତ୍ରୀ ଶାନ୍ତିଲତା ବରଗଡ଼ ଏକ ଦଶାହ କାମରେ ଯୋଗ ଦେବାକୁ ଯାଇଥିଲେ ଓ ବରଗଡ଼ରୁ ରାତିରେ ଫେରୁଥିବା ସମୟରେ ବାଞ୍ଜିଝାଲ ଗାଁ ନିକଟ ଜଙ୍ଗଲରେ ରାସ୍ତା ଉପରେ ଗଛ ପଡିଥିବା ଦେଖିବାକୁ ପାଇଥିଲେ। ରାସ୍ତାରେ ଗଛ ପଡିଥିବାରୁ ଗାଡ଼ି ଅଟକାଇ ପରିସ୍ଥିତି ଦେଖିବା ପୂର୍ବରୁ ଜଙ୍ଗଲ ଭିତରୁ ପ୍ରାୟ ୧୦/୧୫ ଜଣ ଯୁବକ ବାହାରି ଗାଡ଼ି ଉପରକୁ ଅତର୍କିତ ଆକ୍ରମଣ କରିଥିଲେ।

Leave a Reply

Your email address will not be published. Required fields are marked *