କୋକସରା/କ୍ରାନ୍ତିକ୍ଷେତ୍ର : କୋକସରା ବ୍ଲକ ଯାଦବ ସମିତି ପକ୍ଷରୁ ସ୍ଥାନୀୟ ଧାନ ମଣ୍ଡିଠାରେ ଯାଦବ ମହା ସମ୍ମିଳନୀ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଛି । ବ୍ଲକ ସଭାପତି ଦ୍ୱାରିକା ନାଥ ବାଗଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମ୍ମିଳନୀରେଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଷୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ପୂର୍ବତନ ଧର୍ମଗଡ଼ ବିଧାୟକ ମୌଷଧି ବାଗ ମୁଖ୍ୟବକ୍ତା, ବିଜେପି ଜିଲ୍ଲା ସଭାପତି ଯୁଗଳ କିଶୋର ପୋଢ଼, ପୂର୍ବତନ ମନ୍ତ୍ରୀ ତଥା ଧର୍ମଗଡ଼ ବିଧାୟକ ପୁଷ୍ପେନ୍ଦ୍ର ସିଂ ଦେଓ, ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଏବଂ ବ୍ଲକ ଶିକ୍ଷା ଅଧିକାରୀ ମହେଶ କୁମାର ଭାଟି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ । ଏହାସହ ଅନ୍ୟ ଅତିଥିଙ୍କ ମଧ୍ୟରେ ପ୍ରଭାକର ହଂସ, କୋକସରା ଜୋନ ଜିଲ୍ଲା ପରିଷଦ ସଭ୍ୟ ତ୍ରିନାଥ ବାଗ, ବ୍ଲକ ମହିଳା ସଭାନେତ୍ରୀ ହରିପ୍ରିୟା ନାଗ, ମାମୀ ବାଗ, ଡମ୍ବରୁଧର ଖର୍ସେଲ, ମଙ୍ଗଳୁ ଭାଟି, ଯାଦବ ଭବନ ଭୂମି ଦାତା ପାର୍ଥ ଗୋପାଳ, ଲିଙ୍ଗରାଜ ବେହେରା, ଜନ୍ମେଜୟ ଗୋପାଳ ଓ ଡାକେଶ୍ୱର ଲହଜଳ ପ୍ରମୁଖ ମଞ୍ଚାସିନ ରହିଥିଲେ। ଏହି ଅବସରରେ ଶିକ୍ଷା ଓ ସାମାଜିକ ସଂଗଠନକୁ ସୁଦୃଢ଼ କରିବା ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।

ପରେ ବିଧାୟକଙ୍କୁ ୧୦ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ପ୍ରମୁଖ ଦାବିଗୁଡ଼ିକ ମଧ୍ୟରେ ଅଞ୍ଚଳରେ ବନ୍ଦ ହୋଇଥିବା ବିଦ୍ୟାଳୟଗୁଡ଼ିକୁ ପୁନଃ ଖୋଲିବା, ଶିକ୍ଷକ ନିଯୁକ୍ତି ଏବଂ ଆବାସିକ ବିଦ୍ୟାଳୟଗୁଡ଼ିକରେ ଓବିସି ସମ୍ପ୍ରଦାୟର ପିଲାଙ୍କୁ ହଷ୍ଟେଲ ସୁବିଧା ଯୋଗାଇ ଦେବା ଆଦି ସାମିଲ ରହିଛି । ଏହି ସମ୍ମିଳନୀରେ କୋକସରା ବ୍ଲକର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୫ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା । କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ଯୁବ ଯାଦବ ପକ୍ଷରୁ ବ୍ଲକ ଯାଦବ ଭବନ ଠାରୁ ଏକ ବିଶାଳ ବାଇକ ରାଲି ବାହାରି ଆମପାଣି ସ୍ଥିତ ଆରାଧ୍ୟ ଦେବତା ବୁଢ଼ାରଜା ଦେବଙ୍କ ମନ୍ଦିରରେ ପହଞ୍ôଚବା ପରେ ପୂଜାର୍ଚ୍ଚନା କରାଯାଇଥିଲା । ପରେ ସେଠାରୁ ମଶାଲ ଯାତ୍ରା ବାହାରି କୋକସରା କଲେଜ ଛକ ନିକଟରେ ପହଞ୍ଚିବା ପରେ ଯାଦବ ସମାଜର ମହାନ ବିଭବ ପାରମ୍ପରିକ ବନାବାଡି ସହିତ ବିଭିନ୍ନ ସାଂସ୍କୃତିକ ଦଳ ସାମିଲ ହୋଇ ଏକ ଶୋଭାଯାତ୍ରାରେ ମଞ୍ଚ ନିକଟକୁ ଆସିଥିଲେ । ମଞ୍ଚ କୁ ଭାଗବତ କଟା, ଟିକେଶ୍ୱର ରାଉତୀ ଓ ଯୋଗିନ୍ଦ୍ର ହଂସ ପରିଚାଳନା କରିଥିବା ବେଳେ ଗଣେଶ୍ୱର ପୁଞ୍ଜି ଧନ୍ୟବାଦ ଅର୍ପଣ କରିଥିଲେ।
