- ମାଇ , ଭଣଜା ଅବୈଧ ପ୍ରେମ ସମ୍ପର୍କକୁ ନେଇ ହତ୍ୟା
- ସ୍ୱାମୀ ସ୍ତ୍ରୀ ଓ ଶଳାଙ୍କ ସହ ୪ କୋର୍ଟ ଚାଲାଣ
ସିନାପାଲି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଶୁଭ୍ରାଂଶୁ ନାଏକ) : ସିନାପାଲି ଥାନା ଅନ୍ତର୍ଗତ ଖଇରପଦର ଜାମଲି ପ୍ଲାନ ଟେସନ ଉଦନ୍ତି ନଦୀ ପାର୍ଶ୍ଵରେ ଜଣେ ଛତିଶଗଡ଼ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣାର ସିନାପାଲି ପୁଲିସ ପର୍ଦାଫାସ କରିଛି। ଘଟଣା ଟି ଏକ ଅବୈଧ ପ୍ରେମ ସମ୍ପର୍କକୁ ନେଇ ହତ୍ୟା ହୋଇଥିବା ବେଳେ ସିନାପାଲି ପୁଲିସ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି। ଅଭିଯୁକ୍ତଙ୍କ ମଧ୍ୟରେ ସ୍ୱାମୀ, ସ୍ତ୍ରୀ ସମେତ ଦୁଇ ସମ୍ପର୍କୀୟ ଶଳା ହୋଇଥିବା ଜଣାପଡିଛି। ମାଇଁଙ୍କ ସହ ଭଣଜାର ଅବୈଧ ସମ୍ପର୍କକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ସୂଚନା ମିଳିଛି। ଅଭିଯୁକ୍ତ ମାନେ ଛତିଶଗଡ଼ ଉର୍ମାଲ ଗ୍ରାମର କେଶବ ନାଗେଶ(୪୭), ସ୍ତ୍ରୀ ମମତା ନାଗେଶ (୪୫) ହୋଇଥିବା ବେଳେ ସିନାପାଲି ଖଇରପଦର ଗ୍ରାମର ସମ୍ପର୍କୀୟ ଶଳା ସାଗର ସୁନାନୀ(୧୯) ଓ ଈଶ୍ୱର ସୁନାନୀ(୩୨) ବୋଲି ସୂଚନା ମିଳିଛି। ସୂଚନା ଅନୁସାରେ ମାଈ ମମତାଙ୍କ ଭଣଜା ମୃତକସହ ଅବୈଧ ପ୍ରେମ ସମ୍ପର୍କ ଥିଲା। ଉକ୍ତ ପ୍ରେମ ସମ୍ପର୍କକୁ ସ୍ୱାମୀ କେଶବ ନାଗେଶ ଦେଖି ପାରିଥିଲା। ଏଥିରେ ସେ ଉତକ୍ଷିପ୍ତ ହୋଇ ଭଣଜା ଲଗନିଆ କୁ ହତ୍ୟା କରିବା ପାଇଁ ସ୍ତ୍ରୀ ଓ ଦୁଇ ଶାଳାଙ୍କ ସହ ମିଶି ଯୋଜନା କରିଥିଲା। ସ୍ୱାମୀଙ୍କ ନିର୍ଦେଶ ଅନୁସାରେ ମମତା ମୃତକ ଯୁବକଙ୍କୁ ଫୋନ ମାଧ୍ୟମରେ ଡାକି ଉଭୟେ ବୋଡେ଼ନ ପାତଲଗଙ୍ଗା କୁ ବୁଲିଯିବା ପାଇଁ ପୈତୃକ ଘର ଖଇରପଦର ପ୍ଲାଣ୍ଟେସନ କୁ ଡାକି ଥିଲା। ଉକ୍ତ ସମୟରେ ପୂର୍ବ ଯୋଜନା ମୁତାବକ ତାଙ୍କୁ ପ୍ଲାଣ୍ଟେସନ ଠାରେ ଆକ୍ରମଣ କରି ହତ୍ୟା କରିଥଲେ। ପରେ ମୃତକର ବାଇକ କୁ ଯୋଗଭଟ୍ଟା ନିକଟରେ ଜାଲିଦେବା ସହ ତାଙ୍କୁ ନେଇ ନିକଟ ଉଦନ୍ତୀ ନଦୀ ପାର୍ଶ୍ଵରେ ଫିଙ୍ଗିଦେଇ ଥିଲେ। ପରେ ସିନାପାଲି ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ବିଭିନ୍ନ ଦିଗରୁ ତଦନ୍ତ ପରେ ପୁଲିସ ୪ଜଣଙ୍କୁ ଗିରଫ ପରେ ସିନ କ୍ରିଏସନ ପାଇଁ ଘଟଣା ସ୍ଥଳକୁ ସିନାପାଲି ଥାନା ଅଧିକାରିଣୀ ରଶ୍ମିତା ପ୍ରଧାନ ଙ୍କ ସମେତ ରାଜସ୍ୱ ଅଧିକାରୀ ଓ ଅନ୍ୟାନ୍ୟ ପୋଲିସ କର୍ମଚାରୀ ନେଇଥିଲା। ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ପ୍ରକାଶ ଯୋଗ୍ୟ ଯେ, ଯୁବକ ଜଣକ ଆଠଦିନ ପୂର୍ବରୁ ନିଖୋଜ ଥିଲାବେଳେ ପରିବାର ଲୋକେ ଛତିଶଗଡ଼ ରାଜ୍ୟ ଦେଭୋଗ ଥାନାରେ ନିଖୋଜ ହୋଇଥିବା ନେଇ ଲିଖିତ ଅଭିଯୋଗ କରିଥିଲେ। ହେଲେ ଗତ ବୁଧବାର ଦିନ ଯୁବକଙ୍କ ମୃତଦେହ ଛୋଟ ଦର୍ଲିପଡା ନିକଟ ଉଦନ୍ତି ନଦୀ ପାର୍ଶ୍ଵରେ ପଡିଥିବା ନେଇ ସିନାପାଲି ପୁଲିସ ଖବର ପାଇଁ ଘଟଣା ସ୍ଥଲରେ ପହିଞ୍ଚି ମୃତଦେହ ଉଦ୍ଧାର କରିଥିଲା।