ଗିରି ଗୋବର୍ଦ୍ଧନ ପୂଜା ଉପଲକ୍ଷେ ଚପ୍ରିଆରେ ଭବ୍ୟ କଳସ ଯାତ୍ରା

ଗୋଲାମୁଣ୍ଡା/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଚପ୍ରିଆ ଗ୍ରାମରେ ଯଦୁମଣି ଶ୍ରୀକୃଷ୍ଣଙ୍କ ଗିରି ଗୋବର୍ଦ୍ଧନ ପୂଜା ଉପଲକ୍ଷେ ଭକ୍ତିମୟ ପରିବେଶରେ ଏକ ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆଜି ଅପରାହ୍ନ ପ୍ରାୟ ୪ଟା ସମୟରେ ଶତାଧିକ ମହିଳା ଏକତ୍ରିତ ହୋଇ ଉଦନ୍ତୀ ନଦୀରୁ ପବିତ୍ର ଜଳ ସଂଗ୍ରହ କରି କଳସ ଯାତ୍ରାରେ ସାମିଲ ହୋଇଥିଲେ। ପରେ ଉକ୍ତ ଜଳକୁ ପୂଜା ମଣ୍ଡପରେ ବିଧିବିଧାନ ଅନୁଯାୟୀ ସ୍ଥାପନ କରାଯାଇଥିଲା। ପୂଜାରେ ପୁଆରୁ ଚନ୍ଦନ ଓ ତାଙ୍କ ଧର୍ମପତ୍ନୀ ଦେବକୀ ଚନ୍ଦନ କର୍ତ୍ତା ଭାବେ ଦାୟିତ୍ୱ ତୁଲାଉଥିବା ବେଳେ ମୁଖ୍ୟ ପୂଜକ ଭାବେ ଈଶ୍ୱରୀ ମୁଣ୍ଡ ପୂଜାର୍ଚ୍ଚନା କରୁଛନ୍ତି। ଏହି କଳସ ଯାତ୍ରାରେ ଗୋଲାମୁଣ୍ଡା ବ୍ଲକ ଯାଦବ ସମାଜର ସଭାପତି ରେବା କଟା, ଉପସଭାପତି ତିଲେଶ୍ୱର ଘି, ସମ୍ପାଦକ ପରୀକ୍ଷିତ ଖର୍ସେଲ, ଯୁଗ୍ମ ସମ୍ପାଦକ ସଦାଶିବ ବେମାଲ, ଫରଙ୍ଗ ଆଞ୍ଚଳିକ ଯାଦବ ସମାଜର ସମ୍ପାଦକ ଭବାନୀ ଶଙ୍କର ହଂସ, ଚପ୍ରିଆ ଆଞ୍ଚଳିକ ସଭାପତି ତପନ କୁମାର ଗହିର, ସମ୍ପାଦକ ହେମନ୍ତ ବାଗ, ଉପସଭାପତି ଭରତ ଗହିର, ଯୁଗ୍ମ ସମ୍ପାଦକ ବାଲକୃଷ୍ଣ ବାଗ ଓ କୋଷାଧ୍ୟକ୍ଷ ଅନ୍ତରାମ ବାଗଙ୍କ ସମେତ କୃତିବାସ ଚନ୍ଦନ, ଯାଜ୍ଞସେନ ବାଗ, ଖଗେଶ୍ୱର ହଂସ, ଗୋବିନ୍ଦ ବାଗ, ଅଶୋକ ବାଗ, ଅରୁଣ ବାଗ, ଯୁଧିଷ୍ଠିର ବାଗ ଓ ଭୁଦେବ କାଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ। ଏଥିସହ ଚପ୍ରିଆ ଯାଦବ ସମାଜର ବହୁ ସଦସ୍ୟ ଓ ଗ୍ରାମବାସୀଙ୍କ ସମେତ ଶତାଧିକ ଶ୍ରଦ୍ଧାଳୁ ଏହି ଧାର୍ମିକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *