ମାଁ ଦକ୍ଷିଣକାଳୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ

କଲମପୁର/କ୍ରାନ୍ତିକ୍ଷେତ୍ର (ଗଣେଶରାମ ବାଗ) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ପଣ୍ଡିଗାଁ ପଞ୍ଚାୟତ ଅଧିନସ୍ତ ବରଦୋଲି ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମାଁ ଦକ୍ଷିଣକାଳୀଙ୍କ ନୂତନ ଭାବେ ନିର୍ମିତ ଭବ୍ୟ ମନ୍ଦିର ରବିବାର ଦିନ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ପୁଜନୋତ୍ସବରେ ଗ୍ରାମର ଗୌନ୍ତିଆ ସିଦ୍ଧେଶ୍ୱର ପଟ୍ଟନାୟକ ଓ ସହଧର୍ମିଣୀ ବିନୋଦିନୀ ପଟ୍ଟନାୟକ କର୍ତ୍ତା ଭାବେ କାର୍ଯ୍ୟ ନିର୍ବାହ କରିଥିବା ବେଳେ ଚନ୍ଦ୍ର ଶେଖର ତ୍ରୀପାଠୀ ଓ ତାପସ ରାୟଗୁରୁ ମୁଖ୍ୟ ପୂଜକ ଭାବେ କାର୍ଯ୍ୟ ନିର୍ବାହ କରିଛନ୍ତି। ଏଥିରେ ଧର୍ମଗଡ଼ ବିଧାୟକ ତଥା ଯୋଜନା ବୋର୍ଡ ଅଧ୍ୟକ୍ଷ ସୁଧିର ପଟ୍ଟଯୋଷୀ ଯୋଗ ଦେଇ ମାଁଙ୍କ ଆଶିର୍ବାଦ ଭିକ୍ଷା କରିଥିବା ବେଳେ ବିଧାୟକ ପ୍ରତିନିଧି ସୁଶାନ୍ତ ରାଉତ, ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଘନଶ୍ୟାମ ନାଏକ, ସୁଶିଲ ଜୈନ, କଲମପୁର ବିଜେପି ମଣ୍ଡଳ ସଭାପତି ହିତେଶ ପାତ୍ର ପ୍ରମୁଖ ଯୋଗଦାନ କରିଥିଲେ। ଏଥିରେ ପୂଜାର୍ଚ୍ଚନା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହାକୁ ଗ୍ରାମର ଖର ନାଗ, ହରେକୃଷ୍ଣ ପଟ୍ଟନାୟକ, ସୁରେନ୍ଦ୍ର ନାଏକ, ପବିତ୍ର ବାଗ, ହିମାଂଶୁ ପଟ୍ଟନାୟକ ସମେତ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *