ପୂର୍ବତନ କ୍ରିକେଟରଙ୍କ ବାପାଙ୍କୁ ଧମକ ଦେଲେ ଏହି ଯୁବ ଖେଳାଳି; କାହିଁକି ରାଗିଲେ ଜାଣନ୍ତୁ

ନୂଆଦିଲ୍ଲୀ\କ୍ରାନ୍ତିକ୍ଷେତ୍ର(ଆର ଶିଲ୍ପା ରେଡ୍ଡି): ଭାରତୀୟ କ୍ରିକେଟର ପୃଥ୍ୱୀ ସ’ ଯୁବରାଜ ସିଂହଙ୍କ ପିତା ଯୋଗରଜ ସିଂହ ଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଧମକ ଦେଇଛନ୍ତି। ନିକଟରେ ପୂର୍ବତନ କ୍ରିକେଟର ଯୁବରାଜ ସିଂଙ୍କ ପିତା ଯୋଗରାଜ ଦେଇଥିବା ଏକ ସାକ୍ଷାତକାରରୁ ଏହି ଘଟଣାର ଉତ୍ପତ୍ତି ହୋଇଛି। ପୃଥ୍ୱୀ ସ’ଙ୍କ ଜୀବନଶୈଳୀକୁ ନେଇ ପୂର୍ବତନ କ୍ରିକେଟର କହିଥିଲେ, ବିନୋଦ କାମ୍ବଲିଙ୍କ ସହିତ ତାଙ୍କୁ ତୁଳନା କରିବା ଉଚିତ ନୁହେଁ। ତେବେ ପୃଥ୍ବୀ ସ’ ସ୍ୱୀକାର କରିଛନ୍ତି ଯେ ତାଙ୍କର ଅତୀତର ଅନିୟମିତ ଜୀବନଶୈଳୀ କୌଣସି ଗୁପ୍ତ କଥା ନୁହେଁ। କିନ୍ତୁ ସେ କାହାକୁ ତାଙ୍କ ପ୍ରତିଛବି ଖରାପ କରିବାକୁ ଦେବେ ନାହିଁ।ଏକ ଗଣମାଧ୍ୟମକୁ ସାକ୍ଷାତକାରରେ ପୃଥ୍ୱୀ ସ’ଙ୍କ କ୍ୟାରିୟର କାହିଁକି ହ୍ରାସ ପାଇଛି ବୋଲି ପ୍ରଶ୍ନ କରିଥିଲେ ଯୋଗରାଜ। ସେ ଉତ୍ତରରେ କହିଥିଲେ ଯେ ବିନୋଦ କାମ୍ବଲି ମଧ୍ୟ ସମାନ ଦଶା ଭୋଗିଥିଲେ। ଯୋଗରାଜ ସିଂହ କହିଥିଲେ, ଏହା ପାର୍ଟି କରିବା, ମହିଳାଙ୍କୁ ପିଛା କରିବା, ମଦ୍ୟପାନ କରିବା ଏବଂ ଧୂମପାନ କରିବା ଯୋଗୁଁ ହୋଇଥିଲା। ଯେତେବେଳେ କେହି ପାର୍ଟିରେ ଯୋଗ ଦିଅନ୍ତି ଏବଂ ମଦ୍ୟପାନ କରନ୍ତି, ସେମାନେ ବୁଝିବା ଉଚିତ ଯେ ସେମାନେ ଖରାପ ରାସ୍ତାରେ ଆଗକୁ ବଢୁଛନ୍ତି। ସେ ଏହି କାରଣଗୁଡ଼ିକୁ ଉଲ୍ଲେଖ କରି ପୃଥ୍ୱୀ ସ’ଙ୍କ ତୁଳନା ବିନୋଦ କାମ୍ବଲିଙ୍କ ସହିତ କରିଛନ୍ତି। ତେବେ ଯୋଗରାଜଙ୍କ ଏହି ବୟାନ ପ୍ରକାଶ ପାଇବା ପରେ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇବା ଆରମ୍ଭ ହୋଇଛି।

Leave a Reply

Your email address will not be published. Required fields are marked *