ଧାନ ଜଗିବାକୁ ଯାଇଥିବା ବେଳେ ହାତୀ ଆକ୍ରମଣରେ ଚାଲିଗଲା ଚାଷୀଙ୍କ ଜୀବନ

ରାଇରଙ୍ଗପୁର/କ୍ରାନ୍ତିକ୍ଷେତ୍ର(ଆର ଶିଲ୍ପା ରେଡ୍ଡି): ମୟୁରଭଞ୍ଜ ଜିଲ୍ଲା ବାମନଘାଟି ବନଖଣ୍ଡ ଅନ୍ତର୍ଗତ ବାଦାମପାହାଡ଼ ବନାଞ୍ଚଳରେ ହାତୀ ଆକ୍ରମଣରେ ଜଣେ ୬୦ ବର୍ଷୀୟ ଚାଷୀଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ମଧ୍ୟ ରାତ୍ରରେ ଜଣେ ଚାଷୀ ବିଲର ଧାନକୁ ହାତୀ ଠାରୁ ସୁରକ୍ଷିତ ରଖିବା ପାଇଁ ଜଗିଥିଲେ । ତେବେ ସେହି ସମୟରେ ଏକ ଦନ୍ତା ହାତୀ ଆକ୍ରମଣ କରିଥିଲା ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତୁହୋଇଥିଲା ।

Leave a Reply

Your email address will not be published. Required fields are marked *