କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କୋକସରା ବ୍ଲକ ରେଙ୍ଗାପାଲି ଗ୍ରାମ ପଞ୍ଚାୟତ ଝରିଆଗୁଡା ଗ୍ରାମର ଶିକ୍ଷାବିତ୍ ତଥା ବରିଷ୍ଠ ଆଚାର୍ଯ୍ୟ କଳ୍ପ ଚନ୍ଦ୍ର ଦାଶଙ୍କ ୮୦ ବର୍ଷ ବୟସରେ ଆଜି ପରଲୋକ ଘଟିଛି। ସେ’ ଅଞ୍ଚଳର ଜଣେ ଜଣାଶୁଣା ଶିକ୍ଷକ ଭାବେ ପରିଚିତ ଥିଲେ। କାଳୀକୃଷ୍ଣ ସଂଘର ପୁରାତନ ଶିଷ୍ୟ, ସକ୍ରିୟ ସଦସ୍ୟ, ବରିଷ୍ଠ ଆଚାର୍ଯ୍ୟ, ଝରିଆଗୁଡା ଶାଖା ସଂଘର ସଭାପତି ଭାବରେ ମଧ୍ୟ କାର୍ଯ୍ୟ କରୁଥିଲେ। ତାଙ୍କର ବିୟୋଗରେ ସଂଘ ପରିଚାଳକ ପୂଜ୍ୟଶ୍ରୀ ଜଗଦାନନ୍ଦଜୀ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଶୋକ ସନ୍ତପ ପରିବାରକୁ ସମବେଦନା ଜଣାଇଛନ୍ତି। ସଂଘର ବେଦବ୍ରହ୍ମା ଅମର ଆତ୍ମାର ସଦଗତି କାମନା କରିଛନ୍ତି। କାଳୀକୃଷ୍ଣ ସଂଘ ତରଫରୁ ମଧ୍ୟ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଆଜି ସମ୍ପର୍କୀୟ ପରିଜନ ମାନେ ତାଙ୍କ ଶେଷ ଦର୍ଶନ କରିଥିଲେ। ତାଙ୍କ ଶବଧାରରେ ବନ୍ଧୁ ପରିଜନ ସମେତ ଅଞ୍ଚଳର ଶତାଧିକ ଲୋକେ ସାମିଲ ହୋଇଥିଲେ। ବଡ଼ ପୁଅ ଦାମୋଦର ଦାଶ, ହୃଷୀକେଶ ଦାଶ ଓ ଅଶୋକ କୁମାର ଦାଶ ମୁଖାଗ୍ନୀ ଦେଇଥିଲେ।