ଗହଣା ସଫେଇ ଆଳରେ ଜୈନିକ ବ୍ୟବସାୟୀଙ୍କ ଘରୁ ଲୁଟ୍

ଧର୍ମଗଡ/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ବାସନ କୁସନ, ସୁନା ରୂପା ସାମଗ୍ରୀ ସଫେଇ ଆଳରେ ଜୈନିକ ବ୍ୟବସାୟୀଙ୍କ ଘରୁ ଦୁଇଟି ସୁନା ଚୁଡ଼ି, ମୁଦି ଓ ସୁନା ଚେନ ନେଇ ଫେରାର ହୋଇ ଯାଇଥିବା ଘଟଣା ଦୃଷ୍ଟିକୁ ଆସିଛି। ଆଜି ସକାଳେ ଧର୍ମଗଡ ସହରର ମନୋଜ କୁମାର ଅଗ୍ରୱାଲ ଘରେ ନ ଥିବାର ସୁଯୋଗ ନେଇ ତାଙ୍କ ଘରକୁ ଦୁଇଜଣ ବ୍ୟକ୍ତି ଉଜାଲା କଂପାନୀରୁ ଆସିଥିବା ପରିଚୟ ଦେଇଥିଲେ। ଘରେ ମନୋଜଙ୍କ ମାଆ ଓ ଭାତ୍ରୁ ବଧୂ ଥିଲେ। ବାସନ କୁସନ, ରୂପା ସାମଗ୍ରୀ ସଫେଇ କରିବାକୁ ସେମାନେ ଗୃହ କର୍ତ୍ତାଙ୍କୁ ପ୍ରବର୍ତ୍ତାଇ ଥିଲେ। ତାଙ୍କର କଥାରେ ବିଶ୍ୱାସ କରି ମନୋଜଙ୍କ ମାଆ ଗହଣା ଦେଇଥିଲେ।ପରେ ଗରମ ପାଣି ଆଣିବାକୁ କହି ଦୁଇଟି ସୁନା ଚୁଡ଼ି, ମୁଦି ଓ ସୁନା ଚେନ ନେଇ ସେମାନେ ଫେରାର ହୋଇ ଯାଇଥିଲେ। ସେମାନଙ୍କ ର ଚିତ୍ର ସିସିଟିଭି ରେ କଏଦ୍ ହୋଇଛି। ଦୃର୍ବୁତ୍ତ ଦୁଇଜଣ ଧର୍ମଗଡର ଆଉ କିଛି ଘରକୁ ମଧ୍ୟ ଯାଇଥିବା ସୂଚନା ମିଳିଛି। ବ୍ୟବସାୟୀ ସଙ୍ଘ ପକ୍ଷରୁ ଏନେଇ ପୋଲିସକୁ ସୂଚନା ଦିଆ ଯାଇଛି। ଆଗକୁ ପୋଲିସ କି ପଦକ୍ଷେପ ଗ୍ରହଣ କରୁଛି ଦେଖିବାକୁ ବାକି ରହିଲା।