ଧର୍ମଗଡ/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ବିବାହ କୁ ୩ ମାସ ପୁରିନି- ହେଲେ ଶବ ପାଲଟିଗଲେ ନବ ବଧୁ।ମନରେ ଅସୁମାରୀ ସ୍ୱପ୍ନ ଦେଖିଥିବା ନବ ବଧୁ ର ଆଶା ସତେ ଯେମିତି ଛଡେଇ ନେଇଛି ଦଇବ। ଯେଉଁ ହୋମ ନିଆଁ ରେ ଦୁହେଁ ଅଗ୍ନି କୁ ସାକ୍ଷୀ ରଖି ସାତ ଜନମ ର ସାଥି ହେବାକୁ ଶପଥ ନେଇଥିଲେ, ସେହି ବିଶ୍ୱାସ ଭରସା ଶେଷରେ ମଶାଣୀର ମୁହଁ ଦେଖାଇଲା। ଏଭଳି ମର୍ମନ୍ତୁକ ଖବର ଏବେ ସାମ୍ନା କୁ ଆସିଛି।କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ଆଇଲି ଗ୍ରାମ ର ଲିଙ୍ଗରାଜ ବାଗ କୁ କାଉଡୋଲା ଗ୍ରାମର ମାଳତୀ ଛାତ୍ରୀଆ ଗତ ମାର୍ଚ୍ଚ ମାସ ୮ ତାରିଖରେ ବୈଦିକ ରୀତିରେ ବିବାହ କରିଥିଲେ। ତେବେ ବିବାହ ର କିଛିଦିନ ପରେ କୌଣସି କାରଣ କୁ ନେଇ ଲିଙ୍ଗରାଜ ପତ୍ନୀଙ୍କ ଉପରେ ଗାଳିଗୁଲଜ ଓ ନିର୍ଯ୍ୟାତନା ଦେବା ଆରମ୍ଭ କରିଥିଲେ। ତେବେ ଧୀରେ ଧୀରେ ନିର୍ଯ୍ୟାତନା ସୀମା ଲଙ୍ଘିବା ସହ ଅସହ୍ୟ ହୋଇ ପଡ଼ିଲା। ଗତକାଲି ବାଇକ ରେ ମେଡ଼ିକାଲ ନେବା ବାଟରେ ବାଇକ ରୁ ପଡି ମାଳତୀ ଗୁରୁତର ହେବାପରେ ପ୍ରଥମେ କୋକସରା ଡାକ୍ତରଖାନା ରେ ପ୍ରାଥମିକ ଚିକିତ୍ସା ପରେ ଭବାନୀପାଟଣା ଓ ପରେ ବୁର୍ଲା ନେବା ବାଟରେ ମାଳତୀ ଙ୍କ ମୃତ୍ୟୁ ହୋଇଥିଲା।ପରେ ପରିବାର ଲୋକେ ଶବ ନେଇ ଗାଁ କୁ ଫେରି ଝିଅ ବାପଘର କୁ ଖବର ଦେଇଥିଲେ। ମୃତା ମାଳତୀ ଙ୍କ ବାପା ଝିଅ କୁ ଯୋଜନାବଦ୍ଧ ଭାବେ ହତ୍ୟା କରି ଦୁର୍ଘଟଣା ର ରୂପ ଦେଇଥିବା ନେଇ କୋକସରା ଥାନା ରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ଘଟଣା ସ୍ଥଳରେ କୋକସରା ପୋଲିସ, ମାଜିଷ୍ଟ୍ରେଟ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରି ଶବ ବ୍ୟବଚ୍ଛେଦ ପାଇଁ କୋକସରା ମେଡିକାଲ କୁ ପଠାଇଛି ପୋଲିସ। ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ଘଟଣା ର ପ୍ରକୃତ ଘଟଣା ସାମନା କୁ ଆସିବ ବୋଲି ପୁଲିସ ପକ୍ଷରୁ ସୂଚନା ଦେଇଛି। ତେବେ ମୃତ ନବ ବଧୁ ଙ୍କ ପରିବାର ଏହା ଏକ ଯୋଜନା ବଦ୍ଧ ଭାବେ ହତ୍ୟା ଅଭିଯୋଗ ଆଣିବା ପରେ ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ପାଲଟିଛି।