କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ବିଜୁ ଏକ୍ସପ୍ରେସୱେର କୋକସରା ବ୍ଲକ ସାନପୋଡାଗୁଡା ଛକ ନିକଟରେ ଶନିବାର ସକାଳେ ବାଲେଶ୍ୱରରୁ ଜୟପୁର ଯାଉଥିବା ଏକ ଓଏସ୍ଆରଟିସି ବସ ଜଣେ ପରିବା ବିକାଳୀଙ୍କୁ ଦୁର୍ଘଟଣା ଘଟାଇ ଫେରାର ହୋଇଥିବା ଅଭିଯୋଗ ହୋଇଛି। ଦୁର୍ଘଟଣାରେ ଗୋତମୁଣ୍ଡା ଗ୍ରାମର ପରିବା ବିକାଳୀ ମହେନ୍ଦ୍ର ପଟେଲ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏହି ଘଟଣାରେ ପରିବାର ଓ ସମ୍ପର୍କୀୟମାନେ ସନ୍ଧ୍ୟାରେ ବସ ଫେରିବାବେଳେ ବିଜୁ ଏକ୍ସପ୍ରେସୱେର ଗୋତମୁଣ୍ଡା ଛକରେ ଅଟକ ରଖି ଗୁରୁତର ମହେନ୍ଦ୍ରଙ୍କ ଉପଯୁକ୍ତ ଚିକିତ୍ସା ସହାୟତା ଦାବି କରି ଅଟକ ରଖିଛନ୍ତି।
ଚିକିତ୍ସା ସହାୟତା ଦାବିରେ ଗାଡ଼ି ଅଟକ
ସୂଚନା ଯେ’ ଗୁରୁତର ମହେନ୍ଦ୍ର ଏକ ଗରୀବ ଶ୍ରେଣୀର ହୋଇଥିବାବେଳେ ସେ’ ପରିବାରର ଏକ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଅଟନ୍ତି। ତାଙ୍କ ରୋଜଗାରରେ ପୁରା ପରିବାର ଚାଲିଥାଏ। ମହେନ୍ଦ୍ର ବସ ଦୁର୍ଘଟଣାରେ ଗୁରୁତର ହୋଇ ଭବାନୀପାଟଣା ମୋଡିକାଲେରେ ଜୀବନ ମୃତ୍ୟୁ ଶହ ସଂଗ୍ରମ କରୁଛନ୍ତି। ନାକ କାନରେ ପ୍ରବଳ ରକ୍ତସ୍ରାବ ହେବା ସହ ଶରିରର ଏକ ଅଂଶ ଭାଙ୍ଗି ଯାଇଥିବା ଜଣାପଡିଛି। ସନ୍ଧ୍ୟା ୭ଟା ସମୟରୁ ବସ ଅଟକ ରହିଥିବାବେଳେ ଖବର ପାଇ ଆମପାଣି ଥାନା ଅଧିକାରୀ ଜେ.ଏଚ୍ ହୋତା ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ବ୍ୟକ୍ତିଙ୍କ ପରିବାର ଓ ସମ୍ପର୍କୀୟଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସେମାନେ ନିଜ ଜିଦ୍ ରେ ଅଟଲ ରହିଛନ୍ତି। ତେବେ ଖବର ଲେଖା ହେବା ପର୍ଯ୍ୟନ୍ତ କୈାଣସି ସମାଧାନ ହୋଇ ନଥିବା ବେଳେ ବସ କୁ ଅଟକ ରଖାଯାଇଛି।