କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମଧୁସୂଦନ ଠାକୁର) : ଦୀର୍ଘ ଦୁଇ ଦଶନ୍ଧି ପରେ କୌଣସି ଦିଗମ୍ବର ଜୈନ ସମାଜ ର ଗୁରୁ ଙ୍କ କେସିଙ୍ଗା ଆଗମନରେ ସମଗ୍ର ଜୈନ ସମାଜ ଚଳଚଞ୍ଚଳ ହୋଇ ଉଠିଛି ଗୁରୁ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇବା ପାଇଁ ସମଗ୍ର ଦିଗମ୍ବର ଜୈନ ସମାଜ ପକ୍ଷରୁ ବହୁତ ଦିନ ଆଗରୁ ପ୍ରସ୍ତୁତି ପର୍ବ ସ୍ଥାନୀୟ ତେରାପନ୍ଥ ଭବନରେ ଚାଲିଥିଲା।ଶୁକ୍ରବାର ଦିନ କେସିଙ୍ଗା ବ୍ଲକ ଉତ୍କେଲା ରେ ରାତ୍ର ରହଣି ପରେ ଶନିବାର ସକାଳୁ ସକାଳୁ ସନ୍ଥ ଶିରୋମଣି ଆଚାର୍ଯ୍ୟ ବିଦ୍ୟାସାଗର ଜି ଏବଂ ବିଦ୍ୟା ଶିରୋମଣି ଆଚାର୍ଯ୍ୟ ସମୟସାଗର ଜି ମହାରାଜଙ୍କ ପରମ ଶିଷ୍ୟ ମୁନି ଆଗମ ସାଗର ଜି ମହାରାଜ, ମୁନି ପୁନିତସାଗର ଜି ମହାରାଜ, ଏଲକ ଧେର୍ୟସାଗର ଜି ମହାରାଜ ଏବଂ ଏଲକ ସ୍ଵାଗତସାଗର ଜି ମହାରାଜ କେସିଙ୍ଗା ରେ ବିହାର ପାଇଁ ପହଂଚିଛନ୍ତି। ଏଠାରେ ପ୍ରକାଶ ଥାଉକି ଶେଷଥର ୨୦୦୩ ମସିହାରେ ଜଣେ ଦିଗମ୍ବର ଗୁରୁ କେସିଙ୍ଗା କୁ ବିହାର ପାଇଁ ଆସିଥିଲେ।ଗୁରୁଦେବ ପହଞ୍ଚିବା ପରେ ଅପରାହ୍ନ ତିନିଟା ସମୟରେ ମହାରାଜ ମାଆଙ୍କର ପ୍ରବଚନ ଅନୁଷ୍ଠିତ ହୋଇଥିଲା।କେସିଙ୍ଗା ସହରରେ ଦିଗମ୍ବର ଜୈନ ସମାଜ ର ଗୋଟିଏ ମାତ୍ର ପରିବାର ରହୁଥିଲେ ମଧ୍ୟ କେସିଙ୍ଗା ର ସମୁଦାୟ ଜୈନ ସମାଜ ଓ ଅଗ୍ରୱାଲ ସମାଜର ଲୋକ ମହାରାଜ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ ଏବଂ ରବିବାର ଦିନ ମହାରାଜ ମାନେ କେସିଙ୍ଗା ରେ ହେବାକୁ ଥିବା ଭବ୍ୟ ଜୈନମନ୍ଦିର ର ଆଧାରଶିଳା ରଖିବାର କାର୍ଯ୍ୟକ୍ରମ ରହିଛି।