ବଞ୍ଜାରା ସମାଜର ନୂତନ କମିଟି ଗଠନ

ଝରିଗାଁ/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଭୋଦେବ ଗଉଡ) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର କନ୍ଧଗୁଡା ଗ୍ରାମଠାରେ ଜିଲ୍ଲାର ୧୦ ଗୋଟି ବ୍ଲକର ବ୍ଲକ ସଭାପତି ଓ ବଞ୍ଜାରା଼ ସମାଜର କର୍ମକର୍ତ୍ତା ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠିତ ଏହି ବୈଠକରେ ନବରଙ୍ଗପୁର ଜିଲ୍ଲା ପାଇଁ ବଞ୍ଜାରା଼ ସମାଜର ନୂତନ କମିଟି ଗଠନ କରାଯାଇଥିଲା। ନୂତନ ଭାବେ ଗଠିତ କମିଟିରେ ଲଛମନ ନାୟକଙ୍କୁ ସଭାପତି, ଜଗବନ୍ଧୁ ବଞ୍ଜାରା଼ଙ୍କୁ ଉପ ସଭାପତି, ଦୟାନିଧି ବଞ୍ଜାରା଼ଙ୍କୁ ସମ୍ପାଦକ, ମୋତିଲାଲ ନାୟକଙ୍କୁ ସହ ସମ୍ପାଦକ, ଗିରିଧାରୀ ନାୟକଙ୍କୁ କୋଷାଧ୍ୟକ୍ଷ ଓ ବଳରାମ ନାୟକଙ୍କୁ ଆଇନ ପରାମର୍ଶ ଦାତା ଭାବେ ଚୟନ କରାଯାଇଛି। ଉକ୍ତ ବୈଠକରେ ଝରିଗାଁ ବ୍ଲକର ସମସ୍ତ ବ୍ଲକର ସଭାପତି ଓ ସମ୍ପାଦକ ମାନେ ଯୋଗ ଦେଇଥିବାବେଳେ ଝରିଗାଁ ବ୍ଲକରୁ ହଳଧର ବଞ୍ଜାରା଼ ଓ ହେମନ୍ତ ବଞ୍ଜାରା଼, ଚନ୍ଦାହାଣ୍ଡି ବ୍ଲକରୁ କମଳ ବଞ୍ଜାରା଼ ଓ ବିହାରୀସିଂ ନାୟକ, ରାଇଘର ବ୍ଲକରୁ ଗିରିଧାରୀ ନାୟକ ଓ ଅର୍ଜୁନ ନାୟକ, ପାପଡାହାଣ୍ଡି ବ୍ଲକରୁ ସୁରେଶ ନାୟକ ଓ ଲମ୍ବୋଦର ନାୟକ, ନବରଙ୍ଗପୁର ବ୍ଲକରୁ ମୋତିଲାଲ ନାୟକ, ଉମରକୋଟ ବ୍ଲକରୁ ମେଘନାଦ ବଞ୍ଜାରା଼ ଓ କାଳୁରୁ ବଞ୍ଜାରା଼, କୋଷାଗୁମୁଡା ବ୍ଲକରୁ ପଦ୍ମନ ବଞ୍ଜାରା଼ ଓ ରୋମାଞ୍ଚ ନାୟକ ଯୋଗ ଦେଇଥିଲେ। ଉକ୍ତ ବୈଠକରେ ଶତାଧିକ କର୍ମକର୍ତ୍ତା ଯୋଗ ଦେଇଥିବାବେଳେ ଝରିଗାଁ ବ୍ଲକର ବ୍ଲକ ସଭାପତି ହଳଧର ବଞ୍ଜାରା଼ ଅଧକ୍ଷତା କରିଥିଲେ। ଉପସ୍ଥିତ ଅନ୍ୟ କର୍ମକର୍ତ୍ତା ମାନଙ୍କ ମଧ୍ୟରେ ଶିବ ବଞ୍ଜାରା଼, ମହେଶ୍ୱର ବଞ୍ଜାରା଼, ହରେକୃଷ୍ଣ ବଞ୍ଜାରା଼, ହୀରା ନାୟକ, ସଦା ନାୟକ, ଛବିଲାଲ ନାୟକ ପ୍ରମୁଖ ସହଯୋଗ କରିଥିଲେ।