ତେନ୍ତୁଳୀଖୁଣ୍ଟି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ମଞ୍ଚା ଗାଁ ପଞ୍ଚାୟତ ବେଡାପଦର ଗ୍ରାମର ଲିଟୁ ଗଣ୍ଡଙ୍କ ଝିଅ ଓ ତାଙ୍କ ଧର୍ମ ପତ୍ନୀ ଏକ ଅଟୋରେ ମଞ୍ଚା ପଞ୍ଚାୟତ ଠାରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାର ମାଗଣା ଚାଉଳ ପାଇଁ ଯିବା ସମୟରେ ଡୁମୁରିଗୁଡା ନିକଟରେ ମା ଓ ଝିଅ ଖସି ପଡିଥିଲେ। ଏହି ଦୁଇଜଣଙ୍କୁ ତେନ୍ତୁଳୀଖୁଣ୍ଟି ଚିକିତ୍ସାଳୟକୁ ପଠା ଯାଇଥିଲା। ଚିକିତ୍ସା ସମୟରେ ଅନିଶା ଗଣ୍ଡ(୩) ମୃତ୍ୟୁ ହୋଇଥିବା ଖାତିଗୁଡା ପୋଲିସ ପକ୍ଷରୁ ସୂଚନା ମିଳିଛି। ଏହାକୁ ନେଇ ଅଧିକ ତଦନ୍ତ କରୁଛି ଖାତିଗୁଡା ପୋଲିସ।