ଧର୍ମଗଡ/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍: ଜିଲ୍ଲା ଧର୍ମଗଡ ବ୍ଲକ ବୋଡେନ ଠାରେ ମୂଳନୀବାସୀ ବହୁଜନ ମିଳିତ ମହାସଂଘ ତରଫରୁ ଯୁବ ଛାତ୍ର ବୈଠକ ଅନୁଷ୍ଠିତ ହୋଇ ଯାଇଛି। କାର୍ଯ୍ୟକ୍ରମରେ ସଂଗଠନର ରାଜ୍ୟ ସାଧାରଣ ସମ୍ପାଦକ ଦିଗାମ୍ବର ଦୁରିଆ, ପୂର୍ବତନ କୃଷି ଅଧିକାରୀ ତଥା ଉପଦେଷ୍ଟା ଚକ୍ରଧର ବେନୁପାଣି, ପ୍ରେମଲାଲ ଜଗତ, ୟୁଗେସ ତାଣ୍ଡି, ସମାଜସେବୀ ଢଗ ନାଏକ, ଓମ ପ୍ରକାଶ, ମଘବା ସୁନାନୀ, ଦିଲ୍ଲୀପ ବାଗ ପ୍ରମୁଖ ମଞ୍ଚାସିନ ହୋଇଥିଲେ। ଏଥିରେ ଅଞ୍ଚଳର ବୋଡେ଼ନ, ରଙ୍କାବହାଲ, ବଡଫୁର୍ଲା, ଆଇଁଲାଜୋର ଗ୍ରାମର ମନୋଜ ବାଗ, ରୋହିତ ଖମାରୀ, ଉଦିତ ନାଏକ, ପାବନୀ ମହାନନ୍ଦ, ଅକ୍ଷୟ ଜାଲ, ପ୍ରଦୀପ ଦୁର୍ଗା, ଚୁମନ ଛୁରା, ସୀତାଂଶୁ ସାଗର, ପୂର୍ଣ୍ଣ ଦୁର୍ଗା ସମେତ ଅନେକ ଯୁବକ ଓ ଛାତ୍ର ଉପସ୍ଥିତ ରହି ଆମ୍ବେଦକରବାଦକୁ ଗାଁ ଗାଁରେ ପହଞ୍ଚେଇବା ସହିତ ସଂଗଠନକୁ ସୁଦୃଢ କରିବା ପାଇଁ ସଂକଳ୍ପ ନେଇଥିଲେ।