କାଳବୈଶାଖୀ ପ୍ରଭାବରେ ସୌର ପାନୀୟ ଜଳ ପ୍ରକଳ୍ପ ନଷ୍ଟ

ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍:କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ନାକୁରୁଣ୍ଡି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଆମଝୋଲା ଗ୍ରାମରେ ଶନିବାର କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଥିଲା। ପ୍ରବଳ ଝଡ ବର୍ଷାରେ ଗ୍ରାମର ଏକ ସୌର ଚାଳିତ ପାନୀୟ ଜଳ ପ୍ରକଳ୍ପ ସୋଲାର୍ ପେନଲ୍ ଉଡାଇ ନେଇଥିବା ବେଳେ ତାହା ତଳେ ପଡି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଫଳରେ ଗ୍ରାମର ସ୍କୁଲ ପଡ଼ାରେ ପିଇବା ପାଣି ବଡ ସମସ୍ୟା ସୃଷ୍ଟି କରିଛି। ଅନ୍ୟ ପଟରେ ଗ୍ରାମର ବସୁଧା ପ୍ରକଳ୍ପ ମଧ୍ୟ ବାରମ୍ବାର ବିଦ୍ୟୁତ ବିଭ୍ରାଟ ଯୋଗୁଁ ଅଚଳ ଅବସ୍ଥା ଦେଇ ଗତି କରୁଛି। ଏହି ପ୍ରକଳ୍ପ ଉପରେ ଭରସା କରୁଥିବା ଲୋକଙ୍କ ପାଇଁ ଆଉ କୌଣସି ବିକଳ୍ପ ବ୍ୟବସ୍ଥା ନଥିବା ବେଳେ ନାଳ ଝରଣାର ଦୂଷିତ ପାଣି ବ୍ୟବହାର କରିବାକୁ ବାଧ୍ୟ ହେବେ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ପ୍ରଶାସନ ତୁରନ୍ତ କ୍ଷତିଗ୍ରସ୍ତ ସୌର ପ୍ରକଳ୍ପର ମରାମତି କରିବା ସହ ଆମଝୋଲା ଗ୍ରାମର ପାନୀୟଜଳ ସମସ୍ୟା ସମାଧାନ କରନ୍ତୁ ବୋଲି ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *