ଚୋରା ଚାଲାଣ ବେଳେ ୪୦ କଇଁଛ ଉଦ୍ଧାର

ଝରୀଗାଁ/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଭୋଦେବ ଗଉଡ) : ନବରଙ୍ଗପୁର ଜିଲ୍ଲା ଝରୀଗାଁ ରେଞ୍ଜ ଅଧୀନ କଂଗ୍ରା ସେକ୍ସନ ଠାରେ ବନ ବିଭାଗ ପକ୍ଷରୁ ଚୋରା ଚାଲାଣ ବେଳେ ୪୦ କଇଁଛ ଉଦ୍ଧାର କରିଛି।ସୂଚନା ଅନୁଯାୟୀ, ଉମରକୋଟ ପୂଜାରୀଗୁଡା ୟୁଭି-୯ ର ସୁରଜିତ ମଣ୍ଡଳ (୩୧) ମଟର ସାଇକେଲ ଯୋଗେ ବିରଳ ୪୦ ଜୀବନ୍ତ କଇଁଛ ନେଉଥିବା ବନ ବିଭାଗକୁ ଖବର ମିଲିଥିଲା। ଏହାପରେ ବିଭାଗ ପକ୍ଷରୁ କଙ୍ଗ୍ରା ସେକ୍ସନ ଠାରେ ୪୦ କଇଁଛ ଉଦ୍ଧାର କରି ଚାଲାଣକାରୀଙ୍କୁ ଗିରଫ କରାଯାଇଛି। ଝରିଗାଁ ରେଞ୍ଜର ଗୋବିନ୍ଦ ଚନ୍ଦ୍ର ନାୟକଙ୍କ ସୂଚନା ପ୍ରକାରେ ସୀମାନ୍ତ  କଳାହାଣ୍ଡି ଜିଲ୍ଲାର ଲଡୁଗାଁରୁ କଇଁଛଚାଲାଣ ହେଉଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇ ଗତରାତି ୮ଟାରେ ଫରେଷ୍ଟର ଅମିତ କୁମାର ଦାସ, ବିଷମ ପୂଜାରୀ, ଗଣପତି ଭତରା ସହ ୱାଇଲଡ଼ ଲାଇପ ସ୍ମାର୍ଟଙ୍କ ମିଲିତରେ କଇଁଛ ଧରିବାରେ ସଫଳ ହୋଇଛି। କଇଁଛ ଚାଲାଣକାରୀକୁ ଗିରଫକରି କୋର୍ଟ ଚାଲାଣ କରାଯାଇ ଥିବାବେଳ, ଜବତ ଜୀବନ୍ତ କଇଁଛକୁ ଝରୀଗାଁ ସ୍ଥିତ ସେଣ୍ଟ୍ରାଲ ନର୍ସରୀ ଠାରେ ରଖାଯାଇଛି। ଚାଲାଣକାରୀ କଇଁଛ ଗୁଡିକୁ ଉମରକୋଟ ଅଞ୍ଚଳରେ ବିକ୍ରି ପାଇଁ ନେଇଯାଉଥିବା ସ୍ବୀକାର କରିଥିବା ସୂଚନା ଦେଇଛନ୍ତି। ଶତାଧିକ ସଂଖ୍ୟାରେ କଳାହାଣ୍ଡି ଅଞ୍ଚଳରୁ ଲକ୍ଷାଧିକ ଟଙ୍କାରେ କଇଁଛ ଚାଲାଣ ହେଉଥିବା ବେଳେ ଏହା ପଛରେ କୌଣସି ଏକ ରାକେଟ ସାମିଲ ଥିବା ସନ୍ଦେହ କରି ବନ ବିଭାଗ ଏହାର ତୃଣମୂଳ ସ୍ତରରେ ତଦନ୍ତ ପ୍ରକ୍ରିୟା ଜାରି ରଖିଥିବା ରେଞ୍ଜର ଗୋବିନ୍ଦ ନାୟକ ପ୍ରତିକ୍ରିୟାରେ କହିଛନ୍ତି।