କର୍ଲାମୁଣ୍ଡା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ପବିତ୍ର ସାହୁ) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ପରିସରରେ ସୋମବାର ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ମେଳା ଓ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ତେରେସିଙ୍ଗାର ମା’ ଜଗତ ଜନନୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ପ୍ରଥମ ଏବଂ ଟେର୍ଚାପଲା ମା ଲଷ୍ମୀ ନାରାୟଣୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଦ୍ୱିତୀୟ ସ୍ଥାନ ରଖି ଜିଲା ପ୍ରତିଯୋଗିତାରେ ସାମିଲ ହେବା ପାଇଁ ମନୋନୀତ ହୋଇଛନ୍ତି। ପ୍ରଥମ ବିଜୟୀ ଦଳ କୁ ୫ ହଜାର ଏବଂ ଦ୍ୱିତୀୟଙ୍କୁ ୪ ହଜାର ଅର୍ଥ ରାଶି ପୁରସ୍କାର ବାବଦକୁ ପ୍ରଦାନ କରାଯାଇ ଥିବା ବେଳେ ବ୍ଲକସ୍ତରରେ କୃତିତ୍ୱ ପାଇଥିବା ୨ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଟ୍ରଫି ଏବଂ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ମୋଟ ୧୪ ଟି ସୱୟଂ ସହାୟକ ଗୋଷ୍ଠି ର ଶତାଧିକ ସଭ୍ୟ ଭାଗ ନେଇଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବିଡ଼ିଓ ଦେବେନ୍ଦ୍ର ସାମଲ,ସମ୍ମାନିତ ଅତିଥି ଭାବେ ତହସିଲଦାର ବିରୂପାକ୍ଷ ନନ୍ଦ, ବ୍ଲକ ଶିକ୍ଷା ଅଧିକାରୀ ବାଞ୍ଚାନିଧିପଣ୍ଡା, ଏପିଓ ଲିଜା ବରିହା ଯୋଗ ଦେଇଥିବା ବେଳେ କାର୍ଯ୍ୟକ୍ରମକୁ ସିଡିପିଓ କଳ୍ପ ଲତା ତ୍ରିପାଠୀ ଅଧ୍ୟକ୍ଷତା କରିଥିଲେ। ଏଥିରେ ପାରମ୍ପରିକ ଖାଦ୍ୟର ପୁନଃରୁଦ୍ଧାର ସହ ଯୁବପିଢ଼ୀଙ୍କୁ ଏଥିପ୍ରତି ଆକୃଷ୍ଟ କରିବା, ଉନ୍ନତ ସ୍ବାସ୍ଥ୍ୟ ଗଠନ ପାଇଁ ପାରମ୍ପରିକ ଖାଦ୍ୟ ଖାଇବା ଲାଗି ସଚେତନ କରାଯାଇଥିଲା।ସଭା କାର୍ଯ୍ୟକ୍ରମ ରେ ଓଡିଶା ଜୀବନ ଜୀବିକାମିଶନ ବ୍ଲକ କାର୍ଯ୍ୟକ୍ରମ ସଂଯୋଜିକା ସରୋଜିନୀ ପ୍ରଧାନ, ମିଶନ ଶକ୍ତି ଭାରପ୍ରାପ୍ତ ବିପିସି ନେତ୍ରା ନନ୍ଦ ତାଣ୍ଡି, ଓଏଲଏମ୍ ବିଏଲସି ଲଳିତ ମୋହନ ବିଶି, ଆଇଜିଏସଏସଏସ କର୍ମୀ ପ୍ରଦୀପ ସାହୁ, ଶ୍ରୀ ଅନ୍ନ ଅଭିଯାନ ପ୍ରକଳ୍ପ ସିଆରପି ଜୀବର୍ଦ୍ଧନ ସାହୁ, ବାଲ୍ମୀକି ଛତ୍ରୀଆ, ଡମ୍ବରୁ ଧର ସାହୁ ପ୍ରମୁଖ ଆୟୋଜନ ରେ ସହଯୋଗ କରିଥିଲେ।