ତେନ୍ତୁଳିଖୁଣ୍ଟି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମୁନ୍ନା ଦଳେଇ) : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ପଞ୍ଚାୟତ ସମିତି ବ୍ଲକ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ମେଳି ହୋଇ ଅନାସ୍ଥା ପ୍ରସ୍ତାବ ୧୫ଜଣ ସରପଞ୍ଚ ଓ ୮ସମିତି ସଭ୍ୟସଭ୍ୟା ଆଣିଥିଲେ। ୨୩ ତାରିଖରେ ଦସ୍ତଖତ ଯାଞ୍ଚ ପରେ ସୋମବାର ନଅ ତାରିଖ ବୈଠକ ଆହ୍ବାନ କରାଯାଇଥିଲା। ବୈଠକକୁ ନା ଅନାସ୍ଥା ଆଗତ କରିଥିବା ସଦସ୍ୟ ସଦସ୍ୟା ନା ଯାହାଙ୍କ ବିରୁଦ୍ଧରେ ଅନାସ୍ଥା ଆଗତ କରାଯାଇ ଥିଲା ତାଙ୍କ ସମର୍ଥକ ଉପସ୍ଥିତି ଜାହିର କରିଥିଲେ। ନିର୍ଦ୍ଧାରିତ ସମୟରେ ପ୍ରିଯାଇଡିଂ ଅଫିସର ଦାୟିତ୍ଵରେ ଥିବା ତେନ୍ତୁଳିଖୁଣ୍ଟି ତହସିଲଦାର ପୁଷ୍ପାଞ୍ଜଳି ଦଣ୍ଡପାଟ ବୈଠକ ଗୃହରେ ପହଞ୍ଚି ଅପେକ୍ଷା କରିଥିଲେ। ନିର୍ଦ୍ଧାରିତ ସମୟ ଏଗାର ଟା ରୁ ବାରଟା ମଧ୍ୟରେ କେହି ଉପସ୍ଥିତ ନ ରହିବାରୁ ଭୋଟିଂ ହେବାକୁ ପଡିଲାନି ଏଣୁ ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥାର ଆଇନ ଅନୁସାରେ ଅନାସ୍ଥା କାଟ ଖାଇଲା ବୋଲି ଘୋଷଣା କରିଥିଲେ। ଏନେଇ ଉପଜିଲ୍ଲାପାଳଙ୍କୁ ଜଣାଇବେ ବୋଲି କହିଛନ୍ତି ପ୍ରିଯାଇଡିଂ ଅଫିସର।