ବୋହିନେଲେଣି ସରକାରୀ ସମ୍ପତି ; ପ୍ରଶାସନ ନୀରବ

ନବରଙ୍ଗପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମୁନ୍ନା ଦଳେଇ) : ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ଇନ୍ଦ୍ରାବତୀ ପ୍ରକଳ୍ପ ସ୍ଥିତ ଅଫିସର କ୍ଲବ ପରିସରରୁ ଝରକା କବାଟ ଆଦି ଚୋରୀ ହେଉଥିବାରୁ ଅସନ୍ତୋଷ ଦେଖାଦେଉଛି। ପ୍ରକଳ୍ପ ସହର ଏବେ ପ୍ରଶାସନ ପାଇଁ ଅଦରକାରୀ ହୋଇପଡିଛି। ସରକାରୀ ସମ୍ପତି ର ରକ୍ଷଣାବେକ୍ଷଣରେ ପ୍ରକଳ୍ପ ଏବେ ନୀରବ ରହୁଛି। ଯାହାର ଫାଇଦା ନେଉଛନ୍ତି ଦୁବୃତ। ସରକାରୀ ଆବାସ ଗୁଡିକରେ ଲାଗିଥିବା ଝରକା, କବାଟ, ଝରକା ଲୁହାରଡ ଆଦି ରାତି ଅଧିଆ ବୁହା ଚାଲିଥିବାବେଳେ ପ୍ରଶାସନ ନୀରବ ରହିଛି। ଯାହାଫଳରେ ଲକ୍ଷ ଲକ୍ଷ ଟଙ୍କାର ସରକାରୀ ସମ୍ପତି ବାଟମାରଣା ହେଉଛି। ତେନ୍ତୁଳିଖୁଣ୍ଟି ବ୍ଲକର ଏହା ଏକ ପ୍ରମୁଖ ସହର ହୋଇଥିବା ବେଳେ ଏଠାରେ ଗୋଟିଏ ମଧ୍ୟ କଲ୍ୟାଣ ମଣ୍ଡପ ନାହି। ବିବାହ, ବ୍ରତ ଆଦି ଶୁଭ କାର୍ଯ୍ୟ ପାଇଁ ଲୋକେ ସ୍ଥାନୀୟ ମନ୍ଦିର ନଚେତ ଖାତିଗୁଡା ସ୍ଥିତ ଅଫିସର କ୍ଲବ କୁ ବ୍ୟବହାର କରିଥାନ୍ତି। କିନ୍ତୁ ପରିତାପର ବିଷୟ ବିବାହ ପାଇଁ ବ୍ୟବହୃତ ଏକମାତ୍ର ଏହି କ୍ଲବରୁ ଝରକା, କବାଟ ଆଦି ଦୁବୃତ ମାନେ ବୋହି ନେଉଥିବା ବେଳେ ସମାନ୍ୟ ଅଭିଯୋଗ ବର୍ତମାନ ସୁଦ୍ଧା ହୋଇନଥିବା ଜଣାପଡିଛି। ପ୍ରକଳ୍ପ ପ୍ରଶାସନିକ ଅଧିକାରୀଙ୍କ ଦାୟିତ୍ଵହୀନତା କାରଣରୁ ପ୍ରକଳ୍ପ ଅଞ୍ଚଳ ମୁରବିବିହୀନ ହୋଇପଡ଼ିଥିବା ଅଭିଯୋଗ ହେଉଛି। ପ୍ରକଳ୍ପ ଅଞ୍ଚଳରେ ଯିଏ ଯାହା ପାରିଲେ ବୋହିନେଉଥିଲେ ସୁଦ୍ଧା ଆପତି ଅଭିଯୋଗ ହେଉନଥିବା ହେତୁ ନିର୍ଭୟରେ ସରକାରୀ ସମ୍ପତି ହରିଲୁଟ ହେଉଛି। କେବଳ ଅଫିସର କ୍ଲବ ନୁହେ ପ୍ରକଳ୍ପ ଅଞ୍ଚଳରେ ଥିବା ଅବ୍ୟବହୃତ ସରକାରୀ ଆବାସ ହେଉ ନଚେତ ବିଦ୍ୟାଳୟ ପରିସରରେ ଥିବା ଶ୍ରେଣୀଗୃହ ହେଉ ସବୁ ସ୍ଥାନରୁ ମୁଲ୍ୟବାନ ସାମଗ୍ରୀ ଚୋରୀ ହେଉଛି। ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟରେ ୫ ଟି ଉନୟନ ପାଇଁ ବିଦ୍ୟାଳୟ ପରିସରରେ ଥିବା ଶ୍ରେଣୀଗୃହ ଗୁଡିକୁ ଭାଙ୍ଗି ଦିଆଗଲା। ସେଥରୁ ଜିଏ ଯେତେ ପାରିଲେ ଲୁହା ଏବଂ ମୂଲ୍ୟବନ ଟିଣ ବୋହିନେଲେ। ବଳକା ଲୁହ ବିଦ୍ୟାଳୟ ପରିସରରେ ପଡ଼ିଥିଲେ ସୁଦ୍ଧା ସେଗୁଡିକୁ ଅକ୍ତିଆରକୁ ନନେଇ ଚୋରୀ ପାଇଁ ଛାଡିଦିଆ ଯାଇଥିବା ଅଭିଯୋଗ ହେଉଛି । ଓଡ଼ିଶା ସରକାରଙ୍କ ଜଳସମ୍ପଦ ବିଭାଗ ଏଥିପ୍ରତି ବିଶେଷ ଦୃଷ୍ଟି ଦେବା ସହ ସରକାରୀ ସମ୍ପତିର ଉଚିତ ରକ୍ଷଣାବେକ୍ଷଣ ପ୍ରତି ଯତ୍ନବାନ ହେବା ଆବଶ୍ୟକତା ଥିବା ସାଧାରଣ ରେ ଆଲୋଚନା ହେଉଛି।