କୋକସରା ବ୍ଲକସ୍ତରୀୟ ଆଞ୍ଚଳିକ ଡମ୍ବ ସମାଜର ସାଂଗଠନିକ ବୈଠକ

କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କୋକସରା ବ୍ଲକ ସଦର ମହକୁମା ସ୍ଥିତ ଧାନ ମଣ୍ଡିଠାରେ କୋକସରା ବ୍ଲକସ୍ତରୀୟ ଆଞ୍ଚଳିକ ଡମ୍ବ ସମାଜର ସାଂଗଠନିକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି। ବ୍ଳକ ସଭାପତି ବନମାଳୀ ବାଗଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଦେବାନନ୍ଦ ନାଏକ, ଗୋବର୍ଦ୍ଧନ ବାଗ, ମାର୍କଣ୍ଡ ବେମାଲ, ହିରାଲାଲ ବାଗ, ବଳରାମ ବାଗ, ସମ୍ପାଦକ ଧବଲେଶ୍ବର ନାଗ ପ୍ରମୁଖ ମଞ୍ଚାସୀନ ହୋଇଥିଲେ। ବ୍ଳକର ୨୨ ଗୋଟି ପଞ୍ଚାୟତରୁ ସମାଜର ପଞ୍ଚାୟତ ସ୍ତରୀୟ ସଭାପତି, ସମ୍ପାଦକ, ଭାତଗ୍ରୁପ ଓ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ। ସମାଜର ୨ ଗୋଟି ଭବନ କୋକସରା ଓ କାଉଡୋଲା ଠାରେ ଅର୍ଦ୍ଧ ନିର୍ମିତ ଭାବେ ରହିଛି, ତାହାକୁ ଅଧିକାରୀ ମାନଙ୍କ ସହିତ ଯୋଗାଯୋଗ କରି ସିଘ୍ର କାର୍ଯ୍ୟ ଆରମ୍ଭ କରିବା ପାଇଁ ପ୍ରସ୍ତାବ ଆଗତ ହୋଇଥିଲା। ଏବଂ ବିଭିନ୍ନ ବିଷୟରେ ଆଲୋଚନା ମଧ୍ୟ ହୋଇଥିଲା। ସେହିପରି ସମାଜରେ ଖାଲି ପଡିଥିବା ଉପସଭାପତି ପଦବିରେ ପୁରୁଷୋତ୍ତମ ନାଏକ, କୋଷାଧ୍ୟକ୍ଷ ପଦରେ ଖଗେଶ୍ବର ପାଣିଗ୍ରାହୀ ଏବଂ ଯୁଗ୍ମ ସମ୍ପାଦକ ଭାବେ ରମେଶ ଚନ୍ଦ୍ର ଦୁର୍ଗାକୁ ସର୍ବସମ୍ମତିକ୍ରମେ ମନୋନୀତ କରାଯାଇଥିଲା। ନୂତନ ଭାବେ ଦାୟିତ୍ଵ ନେଇଥିବା ପଦାଧିକାରୀ ମାନଙ୍କୁ ଦେବାନନ୍ଦ ନାଏକ ଶପଥ ପାଠ କରାଇଥିଲେ। ଗୋବର୍ଦ୍ଧନ ବେମାଲ ଓ ବୈକୁଣ୍ଠ ଜାଲ ମଞ୍ଚ ପରିଚାଳନା କରିଥିଲେ। ବୈଠକରେ କ୍ଷେତୁରାମ ପାତ୍ର, ଅଜୟ ଦୀପ, ଯୁଗେଶ୍ବର ବେଶ୍ରା, ଉଗ୍ରସେନ ବାଗ, ରାମଚନ୍ଦ୍ର ପାଣିଗ୍ରାହୀ, କୈାଶିକ ଦୁଆରୀ, ରତ୍ନାକର ବେମାଲ,ପୁରୁଷୋତ୍ତମ ମହାନନ୍ଦ, ପରମେଶ୍ବର ପାଣିଗ୍ରାହୀ, ତ୍ରିନାଥ ବେଶ୍ରା, ତ୍ରିଲୋଚନ ବେଶ୍ରା, ଧ୍ବଜ ମହାନନ୍ଦ, କୁରୁକ୍ଷେତ୍ର ପାଣିଗ୍ରାହୀ, ଡମ୍ବରୁଧର ଦୁର୍ଗା, ଚୈତନ୍ୟ ପାଣିଗ୍ରାହୀ, ଦୁର୍ଯ୍ୟୋଧନ ଠାକୁର, ଚୁନିଲାଲ ବାଗ, ରସାନନ୍ଦ ଦୁର୍ଗା, ରଘୁନାଥ ଖମାରୀ ସମେତ ବହୁ ସଂଖ୍ୟକ ସମାଜର କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ।