ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା

ତେନ୍ତୁଳୀଖୁଣ୍ଟି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍, (ମୁନ୍ନା ଦଳେଇ) : ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ କାର୍ଯ୍ୟଳୋୟଠାରେ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ତେନ୍ତୁଳୀଖୁଣ୍ଟି ବିଡିଓ ମନୋଜ କୁମାର ପାଣିଗ୍ରାହୀଙ୍କ ମୁଖ୍ୟ ଅଥିତି ଭାବେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ୧୫ ଗୋଟି ମହିଳା ଗୋଷ୍ଠୀ ସଦସ୍ୟା ମାନେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ମଣ୍ଡିଆ, ସୁଆଁ, କାଙ୍ଗୁ ପ୍ରଭୃତି ଶସ୍ୟ ଦ୍ଵାରା ପ୍ରସ୍ତୁତ ଖାଦ୍ୟ ରନ୍ଧା ଯାଇଥିଲା। ଏହି ପ୍ରତିଯୋଗିତାରେ ତେନ୍ତୁଳୀଖୁଣ୍ଟି ତୁଳସୀ ଏସଏଚଜି ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ଦିଗୀ ଗ୍ରାମର ମା’ ମାଣିକେଶ୍ବରୀ ଏସଏଚଜି ଦ୍ୱିତୀୟ ସ୍ଥାନ ହାସଲ କରିଥିବା ଜଣା ପଡିଛି। ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ୍ କାର୍ଯ୍ୟାଳୟର ବହୁ କର୍ମଚାରି ଉପସ୍ଥିତ ଥିଲାବେଳେ ବହୁ ଆଡମ୍ବରରେ ବ୍ଲକ୍ ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଖାଇବା ପ୍ରତିଯୋଗିତାରେ ଶେଷ ହୋଇଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି।