କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମଧୁସୂଦନ ଠାକୁର) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କଶୃପଡା ପଞ୍ଚାୟତ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟରେ ଗୁରୁବାର ମୋହନ ସରକାରଙ୍କ ବର୍ଷ ପୂର୍ତ୍ତି ଉପଲକ୍ଷେ “ବିକଶିତ ଗ୍ରାମ ବିକଶିତ ଓଡ଼ିଶା” କାର୍ଯ୍ୟକ୍ରମ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କଶୃପଡା ପଞ୍ଚାୟତ ବାସୀଙ୍କୁ ସରକାରଙ୍କ ପକ୍ଷରୁ ୫ ଜଣ ହିତାଧିକାରୀଙ୍କୁ ଜମିପଟ୍ଟା , ୨ ଜଣ ବିକଳାଙ୍ଗ ଙ୍କୁ ଚକବାଲା ଚୌକି ସାଇକେଲ , ୨ ଜଣ ହିତାଧିକାରୀଙ୍କୁ ରାସନ୍ କାର୍ଡ ଏବଂ ୫ ଜଣ ହିତାଧିକାରୀଙ୍କୁ ଅନ୍ତୋଦୟ ଗୃହ ଯୋଜନା ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ କେସିଙ୍ଗା ଗୋଷ୍ଟି ଉନ୍ନୟନ ଅଧିକାରୀ ଜନ୍ମେଜୟ ସ୍ୱାଇଁ , ତହସିଲଦାର ପ୍ରଶାନ୍ତି ପଧାନ , ସିଡ଼ିପିଓ ସୁଷମା ମିଶ୍ର , କଶୃପଡା ରାଜସ୍ୱ ନିରୀକ୍ଷକ ଅଧିକାରୀ ଡିଙ୍ଗର ପଟେଲ , କଶୃପଡା ସରପଞ୍ଚ ଅରୁଣା ନାଏକ , ପିଇଓ କୃତାଞ୍ଜଳି ମାଝି ଉପସ୍ଥିତ ଥିବାବେଳେ କଶୃପଡା ଯୋଗାଣ ସହାୟକ ଦୁର୍ଗାପ୍ରସାଦ ମିଶ୍ର ମଞ୍ଚ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ଶେଷରେ କଶୃପଡା ପଞ୍ଚାୟତ ର କୁନି କୁନି ଛୁଆଙ୍କୁ ନେଇ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଇଥିଲା ।