କୋକସରାରେ ବିକାଶ ବାହନ ରଥକୁ ସ୍ବାଗତ

କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ବିକାଶ ବାହନ ଯାତ୍ରାର ଶୁଭାରମ୍ଭ ହୋଇଛି। ଗୁରୁବାର କୋକସରା ବ୍ଳକ କାର୍ଯ୍ୟାଳୟଠାରେ ଏହି ରଥକୁ ସ୍ବାଗତ କରିବା ସହ ବ୍ଳକରେ ଶୁଭାରମ୍ଭ କରାଯାଇଛି। ଏହି ରଥ ବ୍ଳକର ପ୍ରତି ଗାଁରେ ପହଞ୍ଚି ବିଭିନ୍ନ ଯୋଜନାର ସଫଳତାକୁ ନେଇ ସରକାରଙ୍କ ଉପଲବ୍ଧିକୁ ଲୋକଙ୍କ ପାଖରେ ପହଞ୍ଚେଇ। ଏହି କ୍ରମରେ ଆଜି ସଦର ମହକୁମା ପଞ୍ଚାୟତ ପକ୍ଷରୁ ସ୍ଥାନୀୟ ଗୁଡହାଣ୍ଡି ମଞ୍ଚ ନିକଟରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼ଃ ହିମାଞ୍ଚଳ ମାଝୀ, ତହସିଲଦାର କ୍ଷୀରୋଦ ବିହାରୀ ଭାରତ ନାଗ, ବ୍ଳକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ବ୍ଳକ ସହକାରୀ ଯନ୍ତ୍ରୀ ସର୍ବେଶ୍ଵର ପ୍ରଧାନ, ପ୍ରମୋଦ ପ୍ରଧାନୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ। କାର୍ଯ୍ୟକ୍ରମରେ ପଞ୍ଚାୟତର ବିଭିନ୍ନ ଗାଁରୁ ଲୋକମାନେ ଯୋଗଦେଇଥିଲେ। ଏହି କ୍ରମରେ ଅନ୍ତୋଦୟ ଯୋଜନାରେ ୬ଜଣ ହିତାଧିକାରୀଙ୍କୁ କାର୍ଯ୍ୟଦେଶ ସହ ଚେକ୍ ପ୍ରଦାନ କରାଯାଇଥିଲା। ସେହିପରି ରାସନ କାର୍ଡ ୬ଜଣ, ଜମି ମରାମତି ୪ଜଣ, ଜବକାର୍ଡ ୧୫ ଜଣ, ଗାଈ ଗୁହାଳ ୩ଜଣ ଓ ମୋ ପୋଖରୀ ପାଇଁ ଜଣେ ହିତାଧିକାରୀଙ୍କୁ କାର୍ଯ୍ୟଦେଶ ପ୍ରଦାନ କରାଯାଇଥିଲା। ବିଭିନ୍ନ ଯୋଜନାର ଆବେଦନ ପାଇଁ ସ୍ବତନ୍ତ୍ର ଷ୍ଟଲ ଗୁଡିକ ମଧ୍ୟ କରାଯାଇ ଥିଲା। ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ରାଜେନ୍ଦ୍ର ପାତ୍ର, ବ୍ଳକ ଯୋଗାଣ ନିରିକ୍ଷକ ଜଗାରାମ ମୁର୍ମୁ, ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା, ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭବିଷ୍ୟତ ପଟେଲ ପ୍ରଯୋଜକ ପରିଚାଳନା କରିଥିଲେ। ବ୍ଳକ ଓ ପଞ୍ଚାୟତ କର୍ମଚାରୀ ମାନେ ସହଯୋଗ କରିଥିଲେ। ସେହିପରି ମାଝିଗୁଡା ଗ୍ରାମ ପଞ୍ଚାୟତରେ ମଧ୍ୟ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।