କଲମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ବର୍ତମାନ ଆରମ୍ଭ ହେଇ ସାରିଛି ବର୍ଷା ଋତୁ। ଏବେ ଡାଇରିଆ ଭଳି ଜଳ ବାହିତ ରୋଗର ପ୍ରଭାବ ଆରମ୍ଭ ହେଇ ସାରିଛି । ଏହି ରୋଗର ପ୍ରଭାବରେ ଅତୀତରେ ଅନେକଙ୍କ ଜୀବନହାନୀ ହେଇ ସାରିଛି। କିନ୍ତୁ ଆଗାମୀ ଦିନରେ ଡାଇରୀଆ ଭଳି ରୋଗରୁ କିଭଳି ଜନ ଜୀବନ ସୁରକ୍ଷିତ ରହିବ ସେନେଇ ସରକାର ଆରମ୍ଭ କରିଛନ୍ତି ଷ୍ଟପ୍ ଡାଇରୀଆ । ତୃଣମୂଳସ୍ତରର ଲୋକଙ୍କୁ କିଭଳି ଡାଇରୀଆରୁ ମୁକ୍ତ କରାଯିବ ସେନେଇ ଶନିବାର କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଦ୍ବାରା ସଭାଗୃହ ଠାରେ କଲମପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଏବଂ ବନ୍ଧକନା ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ସହଯୋଗରେ ଏକ କର୍ମଶାଳା ଅନୁଷ୍ଠିତ ହେଇଯାଇଛି। ସ୍ଵାସ୍ଥ୍ୟ ସେବା କ୍ଷେତ୍ରରେ ତୃଣମୂଳସ୍ତରରେ କାର୍ଯ୍ୟକରୁଥିବା ଆଶା, ଉଭୟ ମହିଳା ଓ ପୁରୁଷ ସ୍ଵାସ୍ଥ୍ୟ କର୍ମୀ, ସ୍ୱାସ୍ଥ୍ୟ ପରିଦର୍ଶକ, ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ, ଭ୍ରାମ୍ୟମାଣ ସ୍ଵାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ଏହି କର୍ମଶାଳାରେ ଯୋଗ ଦେଇ ଡାଇରୀଆ ରୋଗର ଚିହ୍ନଟ, ତାର ବିବିରଣୀ ଏବଂ ଚାକିତ୍ସା ସମ୍ବନ୍ଧରେ ଉପସ୍ଥିତ ଅଧିକାରୀମାନେ ବୁଝାଇଥିଲେ । ଗୋଷ୍ଠୀ ଜନ ସ୍ଵାସ୍ଥ୍ୟ ଅଧିକାରୀ ହେମନ୍ତ ଶଗଡିଆଙ୍କ ସଂଯୋଜନାରେ ଆୟୋଜିତ ଏହି କର୍ମଶାଳା ଅପରାହ୍ନ ୨ଟା ବେଳେ ସମ୍ପନ୍ନ ହେଇଥିଲା । ଏଥିରେ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ମୃତ୍ୟୁଞ୍ଜୟ ମହାନ୍ତି, ଡାକ୍ତର ଅମୁଲ୍ୟ ବେହେରା, ବି.ପି.ଏମ ପ୍ରଶାନ୍ତ ପାଢୀ ସ୍ୱାସ୍ଥ୍ୟ ପରିଦର୍ଶକ ଧୃବ ଚରଣ ଦାସ, ଭବାନୀ ଶଙ୍କର ସୁନାନୀ, ଶଶାଙ୍କ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ଜୁନ ୧୬ରୁ ଜୁଲାଇ ୩୧ ଦୀର୍ଘ ୪୫ ଦିନ ଧରି ଘରକୁ ଘର ଦୁଲି ଆଶା କର୍ମୀମାନେ ନିଜ ନିଜ ଅଂଚଳର ଲୋକଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ବିବରଣୀ ସର୍ଭେ କରିବେ।