ବିଜେଡି ପକ୍ଷରୁ ଲୋକକଳା ଦିବସ ପାଳିତ 

ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କଳାହାଣ୍ଡି କର୍ଲାମୁଣ୍ଡା ବ୍ଲକ ଅଧୀନରେ ଥିବା ରିଂଜା ଗ୍ରାମ ପଞ୍ଚାୟତ ଠାରେ ବିଜେଡି ସି.ସି.ଏଫ୍ ପକ୍ଷରୁ କୁନି କୁନି କଳାକାର ମାନଙ୍କୁ ନେଇ ଲୋକକଳା ଦିବସ ପାଳନ ହୋଇଛି। ବିଜେଡି ଶାସନ ସମୟରେ ଓଡ଼ିଶା ସମେତ କଳାହାଣ୍ଡି ଜିଲ୍ଲାର ସମସ୍ତ ବ୍ଲକ, ଗ୍ରାମ ପଂଚାୟତଠାରେ ଲୋକକଳା କଳାକାର ମାନଙ୍କ କଲା ଦେଖିବାକୁ ମିଲୁଥିଲା। ଏବଂ କଳାକାର ମାନଙ୍କ ପାଇଁ ବିଜେଡ଼ି ସରକାର କଳାକାର ଭତ୍ତା ସହିତ କଳାର ଉନ୍ନତି ଦିଗରେ ଅନେକ ଯୋଜନା କରିଥିଲେ ବୋଲି ମତ ପ୍ରକାଶ ପାଇଛି। ଏହି କାର୍ଯକ୍ରମରେ ଜିଲ୍ଲା ସଂଯୋଜକ ହରେଶ ବାଗ, ବ୍ଲକ ସଂଯୋଜକ ବିକ୍ରମ ସାହୁ, ରୋହିତ ସାହୁ, ନିଲେନ୍ଦ୍ରି ମାଝୀ ଉପସ୍ଥିତ ଥିଲେ।