କଂଗ୍ରେସ ସମେତ ବାମପନ୍ଥୀ ଦଳର ବନ୍ଦ ଡାକରାର ପ୍ରଭାବ

ମ.ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ଉଦ୍ଧବ ପଣ୍ଡା): ବାଲେଶ୍ଵର ଜିଲ୍ଲାର ଫକିର ମୋହନ କଲେଜ ଛାତ୍ରୀ ସୋମ୍ଯଶ୍ରୀ ବିଶିଙ୍କୁ ନ୍ୟାୟ ଦାବିରେ ଆଜି ସାରା ଓଡିଶାରେ କଂଗ୍ରେସ ସମେତ ବାନପନ୍ଥୀ ଦଳ ସମର୍ଥନ ଜଣାଇ ସେଭଳି କଲାହାଣ୍ଡି ଜିଲ୍ଲାରେ ଆନ୍ଦୋଳନକୁ ଉହ୍ଲାଇଛନ୍ତି ଭବାନୀପାଟଣାରେ ସଦର ବିଧାୟକ ସାଗର ଚରଣ ଦାସଙ୍କ ନେତୃତ୍ବରେ ଆନ୍ଦୋଳନ ହୋଇଥିବା ବେଳେ ସେହିପରି  ମ.ରାମପୁର ବ୍ଲକ ସଭାପତି ରୁଦ୍ର ପ୍ରତାପ ସିଂହଙ୍କ ନେତୃତ୍ବରେ ହୋଇଥିବା ବେଳେ ନର୍ଲା,କର୍ଲାମୁଣ୍ଡା, କେସିଙ୍ଗା ଆଦି ବିଭିନ୍ନ ବ୍ଲକରେ ମଧ୍ୟ ଆନ୍ଦୋଳନକୁ ଓହ୍ଲାଇ ଦୋକାନ ବଜାର ରାସ୍ତା ଘାଟ, ସରକାରୀ/ ବେସରକାରୀ କାର୍ଯ୍ୟାଳୟ, ସ୍କୁଲ ,କଲେଜ, ବ୍ୟାଙ୍କ ଏବଂ ଯାନବାହାନ ଚଳାଚଳ ଶାନ୍ତି ଶୃଙ୍ଖଳା ରକ୍ଷା କରି ବନ୍ଦକୁ ସଫଳ କରିଥିଲେ ।ସି.ପି.ଆଇ.ଏମ୍ ନେତା ସତ୍ୟଜିତ ଚାଟାର୍ଜୀ, ଆଦିବାସୀ ନେତା ପ୍ରକାଶ ମାଝୀ,ଚମରା ବଗର୍ତ୍ତି, ପୂର୍ବତନ ସମିତି ସଭ୍ୟ ନାରାୟଣ ପ୍ରସାଦ ଅଗ୍ରୱାଲ, ଦୁଷ୍ମନ୍ତ ରଣା, ନାରୀନେତ୍ରୀ ଯୋଶୋଦା ନାଗ ପୁରୁଷୋତ୍ତମ ହାତୀ ପ୍ରମୁଖ ଶହଶହ ଆନ୍ଦୋଳନ କାରୀ କଲେଜ ଛାତ୍ରୀଙ୍କୁ ନ୍ୟାୟ ଆଶାରେ ଆନ୍ଦୋଳନ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ।