ମ.ରାମପୁର/କ୍ରାନ୍ତି କ୍ଷେତ୍ର ନ୍ୟୁଜ୍ (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ମ ରାମପୁର ସଦର ମହକୁମା ବସଷ୍ଟାଣ୍ଡ ପାଖରେ ଥିବା ହରୀହର ସାଗର। ସାଗରକୁ କିଛି ଲୋକଙ୍କ ଡ୍ରେନେଚ ପାଣି ଛାଡୁଥିବା ଅଲିଆ ଆବର୍ଜନା ପକାଇଡା ସାଗର ରେ (ଅପ୍ରବଳ ) ଘାସ ହୋଇଯାଇଛି ଫଳରେ ଗାଧୋଇ ବା ପାଇଁ ଲୋକ ମୁଁ ହଁ ପେରାଉଛନ୍ତି । ତତ୍ କାଳୀନ ନବିନ ସରକାର ଙ୍କ ଅମଳରେ ସାଗର ର ଉନ୍ନତି କରଣ ପାଇଁ ତିନି କୋଟି ଟଙ୍କା ମଞ୍ଜୁର କରିବା କଥା ଖୋଦ ବିଜେଡି ଦଳ ବରିଷ୍ଠ ନେତା କଳାହାଣ୍ଡି ଗସ୍ତ ରେ ବବି ଦାସ ଆସି ଥିବା ସମୟରେ ସ୍ଥାନୀୟ ସାଗର ହୁଡ଼ାରେ ଛିଡା ହୋଇ ପ୍ରତସୃତି ଦେଇଥିଲେ ତିନି କୋଟି ଟଙ୍କା ବ୍ୟୟ ରେ ସାଗର ଉନ୍ନତି କରଣ ହେଵ ଆଜି ନବିନ ସରକାର ପରେ ମୋହନ ସରକାର ଆସିଲେ ତଥାପି ମନେ ପଡୁନାହିଁ ହରୀହର ସାଗର କୁ ସାଗର ପୂର୍ବ ଦିଗରେ ଶିବ ମନ୍ଦିର, ପଶ୍ଚିମ ଦିଗରେ ଜଗନ୍ନାଥ ମନ୍ଦିର ଲକ୍ଷ୍ମୀ ମନ୍ଦିର,ତ୍ରୀନାଥ ମନ୍ଦିର ,ସନିଶ୍ଚର ମନ୍ଦିର ଓ ସାଇମନ୍ଦିର , ଦକ୍ଷିଣ ଦିଗରେ ରହିଲେ କାଳୀ ମନ୍ଦିର, ଉତ୍ତର ଦିଗରେ ରହିଲେ ପ୍ରଭୁ ପୁରୋଷମ ଶ୍ରୀ ରାମଚନ୍ଦ୍ର ଙ୍କ ମନ୍ଦିର ସାଗର ଆଜି ଦୁର୍ଗନ୍ଧ ମୟ ରେ ଭରପୁର ଏହାକୁ ନେଇ ନର୍ଲା ନିର୍ବାଚନ ମଣ୍ଡଳୀ ବିଧାୟୀକା ଶ୍ରୀ ମତୀ ମନୋରମା ମହାନ୍ତି କିଛି ଦିନ ତଳେ ହରି ହରି ସାଗର କୁ ବିଭାଗ ଅଧିକାରୀ ମାନଙ୍କୁ ନେଇ ପରିଦର୍ଶନ ପାଇଁ ଆସିଥିଲେ ଓ ସାଗର ଉନ୍ନତି କରଣ ପାଇଁ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ । ଏହାକୁ ନେଇ ଗୁରୁବାର ଦିନ ବିଧାୟୀକା ଶ୍ରୀ ମତୀ ମହାନ୍ତି ଓ ନର୍ଲା ନର୍ଲା ବ୍ଲକ ଅଧ୍ୟକ୍ଷ ମୁଖ୍ୟ ମନ୍ତ୍ରୀ ମୋହନ୍ ଚରଣ ମାଝୀ ଙ୍କୁ ଏକ ଲିଖିତ ଦାବି ପତ୍ର ପ୍ରଦାନ କରିଥିଲେ। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ବିଧାୟୀକା ସୂଚନା ଦେଇଛନ୍ତି। ମ, ରାମପୁର ଅଞ୍ଚଳ ରୁ ବିଧା଼ୟୀକା ଙ୍କୁ ସାଧୁବାଦ ର ସୁଅ ଛୁଟୁଛି।