ଧର୍ମଗଡ/ଗୋଲାମୁଣ୍ଡା(କ୍ରାନ୍ତିକ୍ଷେତ୍ର ନ୍ୟୁଜ୍) : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥିଭାବେ ବିଡ଼ିଓ ତ୍ରିପୁରା ମହାନନ୍ଦ, ତହସିଲଦାର ଚନ୍ଦନ କୁମାର ନାଏକ, ଏସ୍ ଏସଏସ ଓ ଦିପକ କୁମାର ବେହେରା, କେଗାଁ ସମିତି ଲକ୍ଷ୍ମଣ ସାହୁ, ଅକ୍ଷମ ସଂଘ ସଂପାଦକ ଡୋଲାମଣି ପ୍ରଧାନ, ବରିଷ୍ଠ ସାମ୍ବାଦିକ ଦାମୋଦର ଦାସ, ସମାଜସେବୀ ଶ୍ୟାମସୁନ୍ଦର ଅଗ୍ରୱାଲ, ଜାତୀୟ ଦୃଷ୍ଟିହୀନ ସଂଘ ସଦସ୍ୟ ଚନ୍ଦ୍ର ଶେଖର ମୁଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ମଞ୍ଚାସିନ ଅତିଥିମାନେ ଦୀପପ୍ରଜ୍ୱଳନ କରି କାର୍ଯ୍ୟକ୍ରମଟି ଶୁଭ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମଟି ବର୍ଷକୁ ଥରେ ହେଉଥିବାବେଳେ ବ୍ଲକ ଅଧକ୍ଷ ମହାନନ୍ଦ ମୁଖ୍ୟ ଭୂମିକା ଗ୍ରହଣ କରି ପ୍ରତିବର୍ଷ ହଜାର ହଜାର ଭିନ୍ନକ୍ଷମ ଚିହ୍ନଟ କରି ସରକାରୀ ସାହାଯ୍ୟ ଯୋଗାଇ ଦେଇଥିବା ମଞ୍ଚାସିନ ଅତିଥିମାନେ ପ୍ରକାଶ କରିଥିଲେ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହର ଦେଖା ଦେଇଛି। ଆଜିକାର ଏହି କାର୍ଯ୍ୟକ୍ରମରେ ଅନେକ ଡାକ୍ତର ଓ ବିଶେଷଜ୍ଞମାନେ ଉପସ୍ଥିତ ରହି ୫୪୭ ଜଣ ପଞ୍ଜିକରଣ କରିଥିଲେ। ଏଥି ମଧ୍ୟ ରୁ ୨୨୪ ଜଣ ବିକଳାଙ୍ଗ ପ୍ରମାଣପତ୍ର ପାଇଁ ମନୋନୀତ ହୋଇଥିଲେ । ୧୫ ଜଣ ଦିବ୍ୟାଙ୍ଗ ଙ୍କୁ ଶିବିର ରେ ପ୍ରମାଣ ପତ୍ର ପ୍ରଦାନ କରିଥିବାବେଳେ ୪ ଜଣଙ୍କୁ ୱିଲ ଚେୟାର,୧୨ ଜଣଙ୍କୁ ବସ୍ ପାସ୍ ଓ ୧୨ ଜଣଙ୍କୁ ଟ୍ରେନ ପାସ୍ ପ୍ରଦାନ କରିଥିବା ବ୍ଳକ ଅଧ୍ୟକ୍ଷ ମହାନନ୍ଦ ପ୍ରକାଶ କରିଥିଲେ।ଏଥିରେ ଆମ ବ୍ଲକର ୨୮ ଗୋଟି ପଞ୍ଚାୟତରୁ ହଜାର ହଜାର ସଂଖ୍ୟାରେ ବିକଳାଙ୍ଗମାନେ ଉପସ୍ଥିତ ହୋଇଥିଲେ।