୭୯ ତମ ସ୍ବାଧିନତା ଦିବସ ପାଳନ

ମ.ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ଉଦ୍ଧବ ପଣ୍ଡା) : ମ.ରାମପୁର ମହାଶକ୍ତି ଫାଉଣ୍ଡେସନ ବୁରାଟ ଅଫିସ ପରିସରରେ ୭୯ତମ ସ୍ବାଧିନତା ଦିବସ ପାଳନ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଜୟସେନ ନିଆଲ ଓ ମହାଶକ୍ତି ଫାଉଣ୍ଡେସନ ର ପ୍ରତିଷ୍ଠାତା ସଦସ୍ୟ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ସାହୁ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଆଜି ଦିନ ର ତାତ୍ପର୍ଯ୍ୟ ଓ ଆମ୍ଭମାନଙ୍କ ଦାୟିତ୍ଵ କର୍ତ୍ତବ୍ୟ ବିଷୟରେ ଉଦବୋଧନ ଦେଇଥିଲେ। ଏହି ଉତ୍ସବ ରେ ଅନୁଷ୍ଠାନ ର କର୍ମକର୍ତ୍ତା, ବୁଦ୍ଧିଜୀବୀ, ସ୍ଵୟଂ ସହାୟକ ଦଳ ର ସଭ୍ୟା, ଗ୍ରାମବାସୀ ଓ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ। ଅନୁଷ୍ଠାନ ର ସମନ୍ୱିତ ଗ୍ରାମ୍ୟ ବିକାଶ ପ୍ରକଳ୍ପ ର ବ୍ଲକ ସଂଯୋଜୀକା ସୁଶ୍ରୀ ଭାଗ୍ୟଶ୍ରୀ ରାଉତ ଅତିଥି ତଥା ଉପସ୍ଥିତ ସସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଫିରୋଜ ପଧାନ, ଗୁଣବନ୍ତ ବାରିକ, ସବିତା ସ୍ୱାଇଁ, ମମିତା ପୁଝାରୀ, ବଂଶୀ ରଣା, ପୂର୍ଣ୍ଣିମା ବଗର୍ତ୍ତି ପ୍ରମୁଖ ସହଯୋଗ କରିଥିଲେ।