କୋକସରାରେ ବିଜେପି ପକ୍ଷରୁ ନୂଆଁଖାଇ ଭେଟଘାଟ

କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କୋକସରା ବ୍ଲକ ସଦର ମହକୁମା ସ୍ଥିତ ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ ମଙ୍ଗଳବାର କୋକସରା ବ୍ଲକ ଭାରତୀୟ ଜନତା ପାର୍ଟି ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଜିଲ୍ଲା ବିଜେପି ସଭାପତି ଯୁଗଳ କିଶୋର ପୋଢ଼ଙ୍କ ସଭାପତିତ୍ୱରେ ଧର୍ମଗଡ଼ ବିଧାୟକ ସୁଧୀର ପାଟ୍ଟଯୋଶୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ପୂର୍ବତନ ଜିଲ୍ଲା ସଭାପତି ଧନଞ୍ଜୟ ପାତ୍ର ମୁଖ୍ୟ ବକ୍ତା, ବିଜେପି ଜିଲ୍ଲା ଉପ ସଭାପତି ମୁକେଶ ଅଗ୍ରୱାଲ, ଲକ୍ଷ୍ମୀକାନ୍ତ ବାଗ, ଜିଲ୍ଲା ସାଧାରଣ ସମ୍ପାଦକ ଜୟଶଙ୍କର ନାଏକ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ବିଜୟ ଦେବ ସାହୁ, ଯୁବମୋର୍ଚ୍ଚା ବଲାଙ୍ଗୀର ପ୍ରଭାରୀ ହିମାଂଶୁ ପଣ୍ଡା, ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ନରହରି ପଟ୍ଟନାୟକ, ଧର୍ମଗଡ ବ୍ଲକରୁ ଅପ୍ରେସ ସ୍ୱାଇଁ, ସୌରଭ ମିତ୍ତଳ, କୋକସରା ବ୍ଲକର ୩ ମଣ୍ଡଳ ସଭାପତି ଧର୍ମବ୍ରତ ପଣ୍ଡା, ବସନ୍ତ ନାଗ, ମଧୁବନ ପାତ୍ର, ଜିଲ୍ଲା ପ୍ରତିନିଧି ଦୁର୍ଗା ପ୍ରଧାନୀ, ଅର୍ଜୁନ ଭାଟି, ଚକ୍ରଧର ନାଏକ, ବରିଷ୍ଠ ନେତା ନୀଳକଣ୍ଠ ମାଝୀ, ଗରୁଡ଼ ଧ୍ଵଜ ମାଝୀ, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟା କୁନ୍ତୀ ପାଳ ମଞ୍ଚାସିନ ରହିଥିଲେ। ପରେ ନୂଆଁଖାଇ ଭେଟଘାଟ ଅବସରରେ ପ୍ରଥମେ ଇଷ୍ଟଦେବୀଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ନୂଆଁଖାଇ ଜୁହାର ଭେଟ ସହ ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ ମଞ୍ଚରେ ଉପସ୍ଥିତ ନେତୃବୃନ୍ଦ ପଶ୍ଚିମ ଓଡ଼ିଶାର ସଂସ୍କୃତି, ପରମ୍ପରା ଏବଂ ନୂଆଖାଇ ଭେଟଘାଟକୁ ନେଇ ମତବ୍ୟକ୍ତ କରିବା ସହ ବିଜେପି ରାଜ୍ୟ ସରକାର କୃଷି ଓ କୃଷକଙ୍କ ବିକାଶ ପାଇଁ ସଦା ସର୍ବଦା ପ୍ରୟାସ ଜାରି ରଖିଛନ୍ତି ବୋଳି କହିଥିଲେ। କାର୍ଯ୍ୟକ୍ରମକୁ ମଞ୍ଚ ବିଜେପି ନେତା ତ୍ରିନାଥ ଶବର ସଂଯୋଜନା କରିଥିବାବେଳେ ଆମପାଣି ମଣ୍ଡଳ ସଭାପତି ମଧୁବନ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅବସରରେ ବିଭିନ୍ନ ଲୋକକଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ କୋକସରା ବ୍ଲକର ୩ ଗୋଟି ମଣ୍ଡଳର ଶତାଧିକ କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ।