ଜୁନାଗଡ଼/କ୍ରାନ୍ତିକ୍ଷେତ୍ର ନ୍ୟୁଜ : ବର୍ଷେ ବର୍ଷେ ବନ୍ଦ ଥିଲା ଜୁନାଗଡ଼ ସ୍ଥିତ ବିସିସି ବ୍ୟାଙ୍କ ଏଟିଏମ୍ କେନ୍ଦ୍ର । ଏହାକୁ ନେଇ ସ୍ଥାନୀୟ ଚାଷୀ ଓ ସାଧାରଣ ଗ୍ରାହକମାନେ ଦୀର୍ଘଦିନ ଧରି ହନ୍ତସନ୍ତ ହେଉଥିଲେ। ଟଙ୍କା ଉଠାଇପାରୁ ନଥିବାରୁ ସେମାନଙ୍କ କୃଷି କାମ ସହିତ ଦୈନିକ ଜୀବନଯାପନରେ ଗୁରୁତର ସମସ୍ୟା ଉପୁଜିଥିଲା। ଏହି ସମସ୍ୟା ସମ୍ପର୍କରେ କ୍ରାନ୍ତିକ୍ଷେତ୍ର ପୋର୍ଟାଲ ସମେତ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ହେବାପରେ ବ୍ୟାଙ୍କ ପ୍ରଶାସନ ତ୍ୱରିତ ପଦକ୍ଷେପ ନେଇଛି । ଖବର ପ୍ରସାରଣର ଗୋଟିଏ ଦିନ ମଧ୍ୟରେ ଏଟିଏମ୍ ମରାମତି କରାଯାଇ ପୁଣିଥରେ ଚାଲୁ କରାଯାଇଛି। ଏହା ପରେ ଚାଷୀମାନେ ଖୁସି ବ୍ୟକ୍ତ କରି କହିଛନ୍ତି ଯେ, ଏବେ ସମୟରେ ଟଙ୍କା ଉଠାଇ କୃଷି କାମ କରିପାରିବୁ । ସାଧାରଣ ଗ୍ରାହକମାନେ ମଧ୍ୟ କହିଛନ୍ତି ଯେ ଏହା ଦ୍ୱାରା ବ୍ୟାଙ୍କରେ ଭିଡ଼ କମିବ ଓ ଟଙ୍କା ଉଠାଇବା ସହଜ ହେବ ।ବ୍ୟାଙ୍କ ପ୍ରଶାସନ କହିଛି ଯେ, ଗ୍ରାହକଙ୍କ ସୁବିଧାକୁ ଧ୍ୟାନରେ ରଖି ଶୀଘ୍ର ମରାମତି କରି ଏଟିଏମ୍ କେନ୍ଦ୍ରକୁ ଚାଲୁ କରାଯାଇଛି । ଖବର ପ୍ରସାରଣର ପ୍ରଭାବରେ ଏହି ତ୍ୱରିତ କାର୍ଯ୍ୟ ସମ୍ଭବ ହୋଇଛି। ଲୋକମାନେ ମାଧ୍ୟମର ଭୂମିକାକୁ ଗୁରୁତ୍ୱ ଦେଇ ପ୍ରଶଂସା କରିଛନ୍ତି ଓ ଏଟିଏମ୍ ସେବା ସବୁଦିନ ପାଇଁ ଚାଲୁ ରହିବ ବୋଲି ଆଶା ପ୍ରକାଶ କରିଛନ୍ତି।

